ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)-ମାହାଙ୍ଗା ରେ ହୋଇଛି ସିରିଜ ଚୋରି,କଟକ ଜିଲ୍ଲା ମାହାଙ୍ଗା ଗୌଡ଼ଗୋପ ବଜାର ର ୫ ଟି ଦୋକାନ ଓ ଇଟାମୁଣ୍ଡଳି ରେ ଗୋଟିଏ ଦୋକାନ ରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ ମାନେ ଲକ୍ଷାଧିକ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଚୋରି କରିଥିବା ନେଇ ବଜାର କମିଟି ପକ୍ଷରୁ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି।ବଜାର ରୁ ହାର୍ଡୱାର ଦୋକାନ, ଇଲେକ୍ଟ୍ରି ଦୋକାନ,ଲୁଗା ଦୋକାନ, ଗ୍ରୋସେରି ଦୋକାନ ର ତାଲା ଭାଙ୍ଗି ଦୁର୍ବୃତ ମାନେ ଚୋରି କରିଛନ୍ତି। ଚୋର ମାନେ ଚୋରି କରିବା ପରେ ପାଖରେ ଥିବା ଚୋରା ମଦ ଦୋକାନ ନିକଟରେ ଟଙ୍କା ଥିବା ଖାଲି ବାକ୍ସ ପକେଇ ଚାଲିଯାଇଥିଲେ।ପୋଲିସ ପେଟ୍ରୋଲିଂଗ ର ଅଭାବ ଓ ଚୋରା ମଦ ଦୋକାନ ଯୋଗୁ ଚୋରମାନେ ଖୁଲମଖୁଲା ଚୋରି କରୁଥିବା ନେଇ ବଜାର କମିଟି ତରଫରୁ ଅଭିଯୋଗ କରାଯାଇଛି।ଘଟଣାସ୍ଥଳରେ ମାହାଙ୍ଗା ପୋଲିସ ପହଞ୍ଚି ତଦନ୍ତ କରିବା ସହ ତୁରନ୍ତ ଚୋରମାନକୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.