ରାୟଗଡା ICICI ଅନୁଦାନରେ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଜିଲ୍ଲା ପାଳଙ୍କ ଦ୍ୱାରା ଉଦଘାଟନ।କାଶୀପୁର ।

0

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ଖୁରିଗାଁ ଠାରେ ICICI ବ୍ୟାଙ୍କ, ICICI Foundation ର ଆର୍ଥିକ ସହାୟତାରେ ସ୍ଥାପିତ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ୱଦ୍ଧା ଦେବ ସିଂ ଙ୍କର କରକମଳ ରେ ଉଦଘାଟିତ ହୋଇଥିଲା I

କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଏବଂ ସେମାନେ ଚିରସ୍ଥାୟୀ କର୍ମଜୀବୀ ହେବାସହ ଅଞ୍ଚଳର ବିକାଶ ପଥେ ଅନ୍ୟମାନଙ୍କୁ ପ୍ରେରଣା ଦେବା । ICICI ବ୍ୟାଙ୍କ ତରଫରୁ ଏହା ଏକ ସୁନ୍ଦର ପଦକ୍ଷେପ ଯାହା ଖୁରିଗାଁ ର ଆଦି ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ କୁ ଆର୍ଥିକ ସହାୟତା ଯୋଗେ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ସ୍ଥାପନା କରା ଯାଉଛି।

ରାୟଗଡା ICICI ଶାଖା ପରିଚାଳକ ସରୋଜ ମହାପାତ୍ର କହିଛନ୍ତି ଏହା ଏକ ଜୀବିକା ନିର୍ବାହ ଯୋଜନା, ଯେଉଁଥିରେ ଖୁରିଗାଁ ଆଦିଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଲାଭବାନ ହେବେ ଏବଂ ଏହି ଯୋଜନା କାଶୀପୁର ବ୍ଲକ ର ତିନଟି ପଞ୍ଚାୟତରେ କାର୍ଯ୍ୟ କାରୀ ହେବାକୁ ଯାଉଛି।ଯେଉଁଥିରେ ଛତୁ ମଞ୍ଜି ଉତ୍ପାଦନ, ବାହାର ପଦାମାଝୀରେ ଛେଳି ଦାନା ଉତ୍ପାଦନ, ଓ ୫୯ ଟି ବିଦ୍ୟାଳୟ ରେ ବର୍ଷା ଜଳ ସଂରକ୍ଷଣ ଭଳି ଯୋଜନା କରା ଯାଇଛି, ଅନୁମାନ କରାଯାଉଛି ଯେ, ଏହି ଯୋଜନାରେ କାଶୀପୁର ବ୍ଲକ ର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଲାଭବାନ ହାଇପାରିବେ ବୋଲି ପ୍ରକାଶ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଶୀପୁର ଶ୍ରୀଯୁକ୍ତ ଦେବାଶିଷ କର, ତହସିଲଦାର କାଶୀପୁର ଶ୍ରୀଯୁକ୍ତ ଶରତ ଶବର, ସମ୍ୱନ୍ୱିତ ଶିଶୁ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସୌଦାମିନୀ ପାତ୍ର, ବ୍ଲକ ପ୍ରକଳ୍ପ ପରିଚାଳକ (ଓ ଏଲ ଏମ ) ଶ୍ରୀଯୁକ୍ତ କିଶୋର କରକରିଆ ଏବଂ ICICI ବ୍ୟାଙ୍କ ର ରିଜନାଲ ମୁଖ୍ୟ ଶ୍ରୀଯୁକ୍ତ ପ୍ରବୀଣ କନ୍ଦୁରି, ରାୟଗଡା ଶାଖା ପରିଚାଳକ ଶ୍ରୀଯୁକ୍ତ ସରୋଜ ମହାପାତ୍ର, ଟିକିରି ଶାଖା ପରିଚାଳକ ଶ୍ରୀଯୁକ୍ତ ହରିଶ ବାସ୍କେ, ICICI foundation ର ମ୍ୟାନେଜର ଶ୍ରୀଯୁକ୍ତ ଆଦିତ୍ୟ ପଟ୍ଟନାୟକ ଯୋଗ ଦେଇଥିଲେ I ଏହାଛଡା ବାହାରପଦାମାଝୀ ରେ foundation ସହାୟତା ରେ ହୋଇଥିବା ଛେଳି ଦାନା ପ୍ରସ୍ତୁତି କେନ୍ଦ୍ର ଜିଲ୍ଲା ମୁଖ୍ୟ ପ୍ରIଣୀଧନ ଅଧିକାରୀ ଶ୍ରୀଯୁକ୍ତ ଡ଼. ହାଡିବନ୍ଧୁ ଭୋଇ ଙ୍କ ଦ୍ୱାରା ଉଦଘାଟନ ହୋଇଥିଲା I ବ୍ଲକ ର 59 ବିଦ୍ୟାଳୟରେ ହୋଇଥିବା ଛାତ ଉପର ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ର ଉଦଘାଟନ ବାହାରପଦାମାଝି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀଯୁକ୍ତ ସଲମନ ରାଇକା ଙ୍କ ଦ୍ୱାରା ହୋଇଥିଲା I ଉକ୍ତ କାର୍ଯ୍ୟକ୍ରମ କୁ ଡେଭେଲପମେଣ୍ଟ ଅଫିସର ରାକେଶ କୁମାର ଷଡ଼ଙ୍ଗୀ ଓ ଅନ୍ୟ କର୍ମକର୍ତା ପରିଚାଳନା କରିଥିଲେ I

Leave A Reply

Your email address will not be published.