ଭୁବନେଶ୍ୱର, : ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଚେନ୍ନାଇର ମହାବଳୀପୁରମରେ ଅନୁଷ୍ଠିତ ୪୪ତମ ଚେସ ଅଲିମ୍ପିଆଡ ଉତ୍ସବରେ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭକାମନା ଜଣାଇଛନ୍ତି ।
ତାମିଲନାଡୁ ସରକାରଙ୍କ ନିମନ୍ତ୍ରଣରେ ଗସ୍ତକରି କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା ଗତକାଲି ଚେନ୍ନାଇ ସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ଯୋଗଦେଇଥିଲେ । ଆଜି ମହାବଳୀପୁରମରେ ଅନୁଷ୍ଠିତ ଚେସ ଅଲିମ୍ପିଆଡ ଅଞ୍ଚଳ ଗସ୍ତକରି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିବା ସହ ସେଠାକାର ପ୍ରତିଯୋଗିତା ବନ୍ଦୋବସ୍ତ ବ୍ୟବସ୍ଥା, ପରିଚାଳନାଶୈଳୀ ଏବଂ ପ୍ରଚାର ପ୍ରସାରକୁ ଅନୁଧ୍ୟାନ କରିଥିଲେ I ଏହି ଅବସରରେ ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ ଶିଭା ଭି. ମ୍ୟୋନାଥନ, କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅନେକ ଆନ୍ତର୍ଜାତୀୟ କ୍ରୀଡା ଏଭେଣ୍ଟ ଆୟୋଜନ ଏବଂ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତଭୂମି ନିର୍ମାଣ କ୍ଷେତ୍ରରେ ଓଡିଶା ଯେଉଁ ପଦକ୍ଷେପମାନ ଗ୍ରହଣ କରିଛି ସେଥିପାଇଁ ଶ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ପ୍ରଶଂସା କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା, ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ ଶିଭା ଭି. ମ୍ୟୋନାଥନଙ୍କୁ ଉପହାର ସ୍ୱ୍ରୂପ ଉତ୍ତରୀୟ ଏବଂ ଓଡ଼ିଶା ପ୍ରସିଦ୍ଧ ତାରକସି ଫଳକ ପ୍ରଦାନ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିମାନଙ୍କୁ ଶୁଭକାମନା ଜଣାଇବା ସହ ସର୍ବଭାରତୀୟ ଚେସ ମହାସଙ୍ଘ ସଭାପତି ଡ. ସଞ୍ଜୟ କପୁର, ଉପସଭାପତି ଶ୍ରୀ ଭବେଶ ପଟେଲ, ସମ୍ପାଦକ ଶ୍ରୀ ଭରତ ସିଂ ଚୌହାନ, ଯୁଗ୍ମ ସମ୍ପାଦକ ଶ୍ରୀ ରଞ୍ଜନ ମହାନ୍ତିଙ୍କ
ସମେତ ଓଡ଼ିଶା ଚେସ ସଙ୍ଘର ସମସ୍ତ କର୍ମକର୍ତ୍ତା, ଆୟୋଜକ, ଆର୍ବିଟର ଓ ଅଫିସିଆଲମାନଙ୍କ ସହ ଚେସ କ୍ରୀଡ଼ାର ଉନ୍ନତି ବିଷୟରେ ଆଲୋଚନା କରିଥିଲେ ।
ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ ଦୀର୍ଘ ଦିନ ପରେ ଭାରତକୁ ଏହି ମେଗା ଇଭେଣ୍ଟ ଆୟୋଜନ କରିବା ଲାଗି ସୁଯୋଗ ମିଳିବା ଗର୍ବର ବିଷୟ । ଯାହା ଜଣା ପଡୁଛି ଆମ ଦେଶରେ ଚେସର କ୍ରେଜ ଆହୁରି ବଢିବ । ଏହା ଆଗାମୀ ଦିନରେ ଚେସ ଖେଳକୁ ଆହୁରି ଆଗକୁ ନେବାକୁ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ଆଜି ତାମିଲନାଡୁ ଏବଂ ଓଡିଶାର କ୍ରୀଡ଼ାମନ୍ତ୍ରୀଙ୍କ ମଧ୍ୟରେ ଏକ ପ୍ରତିକାତ୍ମକ ଚେସ ଖେଳ ଅନୁଷ୍ଠିତ ହୋଇଥିଲା I ଏହି ଗସ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା କ୍ରୀଡ଼ା ବିଭାଗ ଯୁଗ୍ମ ଶାସନ ସଚିବ ଶ୍ରୀ କୈଳାଶ ଚନ୍ଦ୍ର ଦାସ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.