ଭଞ୍ଜନଗର : ରାଜ୍ୟର ଜନସାଧାରଣ ଙ୍କୁ ଉନ୍ନତମାନର ବିଦ୍ୟୁତ ସେବା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ଟାଟା ପାୱାର ଙ୍କୁ ବିଦ୍ୟୁତ ବିତରଣ ଦାୟିତ୍ୱ ପ୍ରଦାନ କରିଛନ୍ତି। ଉପଭୋକ୍ତା ମାନଙ୍କୁ ଟାଟା ପାୱାର ପକ୍ଷରୁ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ ବିଲ ଦେବା ନିମନ୍ତେ ବିଭିନ୍ନ ଏଜେନ୍ସି ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଭଞ୍ଜନଗର ଟିପିଏସଓଡିଏଲ ରେ ଏକ ଘରୋଇ ଏଜେନ୍ସି ବୁଦ୍ଧମ ବିଲ୍ଡରସ ଏହାର ଦାୟିତ୍ୱ ନେଇଛି। ବର୍ତ୍ତମାନ ଏହି ଏଜେନ୍ସି ମିଟିର ରିଡିଙ୍ଗି ନାମରେ ବେକାର ଯୁବକ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଠାରୁ ଲାଞ୍ଚ ନେବା ଅଭିଯୋଗ ହୋଇଛି। ସଂସ୍ଥାର ତିନି ଅଧିକାରୀ ସୁଶାନ୍ତ କୁମାର ପଣ୍ଡା,ପ୍ରଶାନ୍ତ ପଣ୍ଡା ଓ ଶିବାନନ୍ଦ ଦାସ ଦୀର୍ଘ ବର୍ଷ ଧରି ମିଟିର ରିଡିଙ୍ଗି ନିମନ୍ତେ ଏଜେନ୍ସିରେ ରହି ବେକାର ଯୁବକ ମାନଙ୍କୁ ନିଯୁକ୍ତି ଦେବା ନିମନ୍ତେ କାଯ୍ୟ କରୁଥିବା ବେଳେ ବର୍ତ୍ତମାନ ସେମାନଙ୍କ ନାମରେ ଲାଞ୍ଚ କାରବାର ଓ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ଯୁବକ ମାନଙ୍କୁ ଠାରୁ ଲାଞ୍ଚ ନେଇ ନିଯୁକ୍ତ କରିବାର କିଛି ମାସ ପରେ ସେମାନଙ୍କ କାଯ୍ୟରୁ ବେଦଖଲ କରାଯାଇଛି। ଏପରିକି ନିଯୁକ୍ତି ସମୟରେ ଯୁବକ ମାନେ ଦେଇଥିବା ଟଙ୍କାକୁ ସେମାନେ ଫେରାଉ ନଥିବା ଅଭିଯୋଗ ହୋଇଛି। ଗୋଲାପଡା ପଞ୍ଚାୟତ କୃଷ୍ଣଶରଣପୁର ସାକ୍ଷୀ ଗୋପୀନାଥ ଆତ୍ମା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏ ନେଇ ବୃଦ୍ଧମ ଏଜେନ୍ସିର ସୁଶାନ୍ତ କୁମାର ପଣ୍ଡା ଙ୍କ ନାମରେ ବିଳମ୍ବିତ ରାତିରେ ମହିଳା ମାନଙ୍କୁ ଫୋନ କରି ଦୁର୍ବ୍ୟବହାର କରୁଥିବା ନେଇ ପୂର୍ବରୁ ଉଚ୍ଚ କତ୍ତୃପକ୍ଷ ଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସେହିପରି ଗଜାପଦର ଗ୍ରାମର ସୁଶାନ୍ତ କୁମାର ନାୟକ ଓ ଦଦରାଲୁଣ୍ଡା ଗ୍ରାମର ଅବନୀ କୁମାର ପ୍ରଧାନ ଙ୍କୁ ନିଯୁକ୍ତ କରିବା ପାଇଁ କହି ଏଜେନ୍ସିର ସୁପରଭାଇଜାର ପ୍ରଶାନ୍ତ କୁମାର ପଣ୍ଡା ଉଭୟ ଠାରୁ ୫୦ ହଜାର ଲାଞ୍ଚ ନେଇଥିବା ଉଭୟ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏପରି ଅନେକ ଅଭିଯୋଗ ଏହି ତିନି ଜଣଙ୍କ ବିରୋଧରେ ଆସିଥିବା ବେଳେ ଦୀର୍ଘ ବର୍ଷ ଧରି ମିଟର ରିଡିଙ୍ଗି ଦେବା ନିମନ୍ତେ କେଉଁ ଆଧାରରେ ଟେଣ୍ଡର ଦିଆଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଟିପିଏସଓଡିଏଲ ଏହି ଏଜେନ୍ସି ର ତିନି ବ୍ୟକ୍ତିଙ୍କ ଉପରେ କାଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ନେଇ ଟିପିଏସଓଡିଏଲ କିଛି ଅଧିକାରୀ ଙ୍କ ଅହେତୁକ ଅନୁକମ୍ପା ରହିଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଗ୍ରାମାଞ୍ଚଳର ବହୁ ଗରିବ ଯୁବକ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏଭଳି ସମସ୍ୟାର ସମୁଖୀନ ହୋଇଥିବା ଜଣାପଡିଛି। ନିଯୁକ୍ତ ହୋଇଥିବା ଏଜେଣ୍ଟ ମାନଙ୍କୁ ଲାଞ୍ଚ ଆକାରରେ ଟଙ୍କା ଦାବି କରାଯାଉଥିବା ବେଳେ ହାତଗୁଞ୍ଜା ନ ଦେଲେ କାଯ୍ୟକ୍ଷେତ୍ରରେ ବିଭିନ୍ନ ସମସ୍ୟା ସୃଷ୍ଟି କରାଯାଇ ମାନସିକ ଚାପ ଦିଆଯିବା ସହ କାଯ୍ୟରୁ ବହିଷ୍କାର କରି ଦେବାକୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ସମ୍ପୁକ୍ତ ଏଜେନ୍ସି ଟିପିଏସଓଡିଏଲ ମୁଖ୍ୟ କାଯ୍ୟାଳୟ ରୁ ମିଟର ରିଡିଙ୍ଗ ନେବାର ଦାୟିତ୍ୱ ପାଇଛି। ଠକେଇ ର ଶିକାର ହୋଇଥିବା ଯୁବକ ମାନେ ମୁଖ୍ୟ କାଯ୍ୟାଳୟକୁ ଅବଗତ କରିବା ସହ ସ୍ୱତନ୍ତ୍ର ଭାବେ ତାଙ୍କ ନଜରକୁ ଆଣିବାକୁ ଭଞ୍ଜନଗର ବିଦ୍ୟୁତ ଅଧିକ୍ଷଣ ଯନ୍ତ୍ରୀ ଏନ.ଏନ ପଣ୍ଡା କହିଛନ୍ତି।
Sign in
Sign in
Recover your password.
A password will be e-mailed to you.