ହେପାଟାଇଟିସ ଦିବସ ପାଳିତ।

0

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ହେପାଟାଇଟିସ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରି ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଏହି ହେପାଟାଇଟିସ ରୋଗ ଗର୍ଭବତୀ ମା ଠାରୁ ଶିଶୁଙ୍କୁ ହେପାଟାଇଟିସ ବି ସଂକ୍ରମଣ ର ଆଶଙ୍କା ବହୁତ୍ ଅଧିକ। ଏଣୁ ସମସ୍ତ ଗର୍ଭବତୀ ମହିଳା ସ୍ବାସ୍ଥ୍ୟ କେନ୍ଦ୍ରରେ ହେପାଟାଇଟିସ ବି ର ପରୀକ୍ଷା କରିନେବା ଉଚିତ୍।ହେପାଟାଇଟିସ ବି ପଯେଟିଭ ଥିବା ମହିଳା ମାନେ ସ୍ବାସ୍ଥ୍ୟ ଅନୁଷ୍ଠାନରେ ପ୍ରସବ କରାଇବା ଜରୁରୀ।ଜନ୍ମରୁ ୨୪ ଘଣ୍ଟା ମଧ୍ୟରେ ହେପାଟାଇଟିସ ବି ଟୀକା ନେବା ଉଚିତ୍।ଯଦି ସଂକ୍ରମିତ ମା ଠାରୁ ଶିଶୁ ଜନ୍ମ ହେବେ ତେବେ ଜନ୍ମ ପରେ ହେପାଟାଇଟିସ ବି ସହିତ ଇମ୍ମୁନୋ ଗ୍ଲୋବୁଲିନ ନେବା ଉଚିତ୍।ଏହି ଟୀକା ବିନାମୂଲ୍ୟରେ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ବୋଲି ବିଭାଗୀୟ ଅଧିକାରୀ ମାନେ ପ୍ରକାଶ କରିଥିଲେ।

Leave A Reply

Your email address will not be published.