ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠର ବେତାଗୁଡ଼ା ସ୍ଥିତ ହାତୀବାଡି ଠାରେ ପିପିପି ମୋଡରେ ବିଜ୍ଞାନ ଭାରତୀ ଚେରିଟେବୁଲ ଟ୍ରଷ୍ଟ ସହ-ଭାଗୀତାରେ ଏକ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି କେନ୍ଦ୍ରକୁ ଉଦଘାଟନ କରିଥିଲେ। ଉଦଘାଟନ ପରେ ସମସ୍ତ ଅତିଥି କେନ୍ଦ୍ରର ସମସ୍ତ ତାଲିମ କକ୍ଷ ପରିଦର୍ଶନ କରିବା ସହ ସେଠାରେ ଅନ୍ତେବାସୀଙ୍କ ସହ ଆଲୋଚନା କରି ସୁବିଧା-ଅସୁବିଧା ସବୁ ପଚାରି ବୁଝିଥିଲେ।
ଏହି ତାଲିମ କେନ୍ଦ୍ର ପାଇଁ ରାଜ୍ୟ ସରକାରଙ୍କ ପୃଷ୍ଠ-ପୋଷକତାରେ ଉଚ୍ଚ ବୈଷୟିକ ଯୋଗ୍ୟତା ଓ ଦକ୍ଷତା ସମ୍ପନ୍ନ ପ୍ରଶିକ୍ଷକଙ୍କ ଦ୍ୱାରା ତାଲିମାର୍ଥୀ ମାନଙ୍କୁ ତାଲିମ ପ୍ରଦାନ କରାଯିବ।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କ ପ୍ରାଧାନ୍ୟତା ରହିଲେ ହିଁ ସେମାନେ ଶସକ୍ତ ହୋଇ ସ୍ୱାବଲମ୍ବୀ ହେବା ସହ ଉପାର୍ଜନ କ୍ଷମ ହୋଇ ପାରିବେ ଏବଂ ନିଜ ଗ୍ରାମକୁ ମଧ୍ୟ ଏ ଦିଗରେ ଏକ ବ୍ୟବସାୟୀ ଭିତ୍ତିକ କେନ୍ଦ୍ରରେ ପରିଣତ କରିପାରିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ,ଜିଲ୍ଲା ପରିଷଦ ଶ୍ରୀ ରୋମାଞ୍ଚଳ ଖମାରୀ , ହାଇଟେକ ଗ୍ରୁପର ନିର୍ଦ୍ଦେଶକ ଶ୍ରୀମତୀ ପୁଷ୍ପାଞ୍ଜଳି ପାଣିଗ୍ରାହୀ , ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ଏବଂ ନିର୍ଦ୍ଦେଶକ ଇଞ୍ଜିନିଅର ରୁପେଶ ପାଣିଗ୍ରାହି ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ।
ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଅଧିକରୁ ଅଧିକ ଛାତ୍ରୀ ମାନଙ୍କ ପ୍ରାଧାନ୍ୟତା ରହିବା ଉପରେ ବିଶେଷ ଗୁରୁତ୍ୱାରୋପ କରି କହି ଏହି ତାଲିମ କେନ୍ଦ୍ରରେ ସିଲେଇ , ଅପରେଟିଙ୍ଗ , ଜିଡିଏ ଓ କମ୍ପୁଟର ପ୍ରଭୃତିରେ ତାଲିମ ଗ୍ରହଣ କରିବା ସହ ମାଗଣା ରହିବା , ଖାଇବା ବ୍ୟବସ୍ଥା ସରକାରଙ୍କ ପକ୍ଷରୁ ରହିଛି ବୋଲି କହିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post