ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତୁମ୍ଭାଅଣ୍ଡେଇସାହି ଗ୍ରାମ ପଞ୍ଚାୟତ ମହିରା ଗ୍ରାମର ରଥ ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତୀକରଣ କାର୍ଯ୍ୟ ପରିଚାଳନା ନିମନ୍ତେ ଦ୍ଵିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ସଭାଗୃହ ପରିସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜ୍ଞାନରଞ୍ଜନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରସ୍ତୁତି ବୈଠକରେ ବିଡ଼ିଓ ସାଗର କୁମାର ନନ୍ଦ l ଜିଲ୍ଲା ପରିଷଦ କନକ ସ୍ୱାଇଁ, ସରପଞ୍ଚ ପ୍ରତିମା ମହାନ୍ତି, ଭାଗ୍ୟଲକ୍ଷ୍ମୀ ରାଉତରାୟ ସଭ୍ୟ , ମୋ ସ୍କୁଲ ପ୍ରେସିଡେଣ୍ଟ ଅଦ୍ଵେତା ମଲ୍ଲିକ, ଅଜୟ ସ୍ୱାଇଁ, ସମାଜ କଲ୍ୟାଣ କମିଟି ଅଜିତ ଲେଙ୍କା ପ୍ରମୁଖ ଯୋଗଦେଇଥିଲେ l ରାଜ୍ୟ ସରକାର ତୃତୀୟ ପର୍ଯ୍ୟାୟ ସରକାରୀ ଉଚ୍ଚ ବିଦ୍ୟାଳୟ 5t ରୂପାନ୍ତରିତ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ସାମିଲ କରିଥିବାରୁ ସ୍ମାର୍ଟସ୍କୁଲ, ଡିଜିଟାଲ ଲାଇବ୍ରେରୀ l ଇଣ୍ଟର ନେଟ ସେବା ଆଦି ଅତ୍ୟାଧୁନିକ ଜ୍ଞାନ କୌଶଳ ମାଧ୍ୟମ ସହାୟତାରେ ଛାତ୍ର ଛାତ୍ରୀ ମାନେ ପାଠ ପଢା ର ସୁବିଧା ଉପଲବ୍ଧ ହେବାରୁ ଏହି ବୈଠକ ରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ କୁ ସମସ୍ତ ସଦସ୍ୟ କୃତଜ୍ଞତା ଜଣାଇଥିଲେ l
Sign in
Sign in
Recover your password.
A password will be e-mailed to you.