କେନ୍ଦୁଝର /ସିଦ୍ଧେଶ୍ୱର ସାହୁ : କେନ୍ଦୁଝର ବଜାର ରେ ବର୍ଷା ଦିନରେ ପରିବା ଦର କମୁନାହିଁ । ଫଳରେ ଖାଉଟି ଅସନ୍ତୋଷ ବଢୁଛି। ବଜାର ରେ ବିଲାତି ୪୦ , ବାଇଗଣ ୫୦, ଭେଣ୍ଡି ୫୦, ଗାଜର ୮୦, ଫୁଲ କୋବି ୧୦୦, ପୋଟଳ ୬୦, କାକୁଡି ୪୦, କଲରା ୫୦, କାଙ୍କଡ଼ ୫୦, ଦେଶୀ କାଙ୍କଡ଼ ୮୦, ବନ୍ଧାକୋବି ୬୦, ଲଙ୍କା ୧୦୦, ଧନିଆ ପତ୍ର ୪୦୦ ଟଙ୍କା ରହିଥିବାରୁ ଖାଉଟି ଚିନ୍ତାରେ। ଉପଯୁକ୍ତ ତଦାରଖ ଅଭାବରୁ ବେପାରୀ ମାନେ ଲାଭ ବାନ ହେଉଛନ୍ତି, କିନ୍ତୁ ଚାଷୀ ଓ ଖାଉଟି କ୍ଷତିଗ୍ରସ୍ତ ହେଉଛନ୍ତି। କମ୍ ଦାମ ରେ ପରିବା ଚାଷୀ ଙ୍କ ଠାରୁ କିଣି ବେପାରୀ ମାନେ ଉଚ୍ଚା ଦରରେ ବିକି ଲାଭବାନ ହେଉଛନ୍ତି। ଏଠାରୁ କିଣି ନେଇ ବାହାର କୁ ଚାଲାଣ କରୁଛନ୍ତି। ଅଥଚ ଏଠାରେ ଖାଉଟି ବହୁ ଦାମରେ କିଣିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟ ପକ୍ଷରେ ଶ୍ରାବଣ ମାସରେ ଆମିଷ ଛାଡ଼ି ଅନେକ ନିରାମିଷ ଖାଉଥିବାରୁ ଏହାର ଫାଇଦା ଉଠାଇ ବେପାରୀ ମାନେ ଅଧିକ ଦର ରେ ବିକ୍ରି କରିଛନ୍ତି। ଏଣୁ ଏ ନେଇ ପଦକ୍ଷେପ ନେବାକୁ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.