ଭଦ୍ରକ,(ସୀତାକାନ୍ତ ପାଢ଼ୀ)-: ଚଳିତ ବର୍ଷ କଲ୍ପନା ଦେବୀ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ର ସତ ପ୍ରତିଶତ ପ୍ରଥମ ଶ୍ରେଣୀରେ ବିଦ୍ୟାର୍ଥୀ ମାନେ ଉଚ୍ଚ କୋଟି ଦର ନମ୍ୱର ରଖି ସଫଳତା ଅର୍ଜନ କରିଛନ୍ତି। ତନ୍ ମଧ୍ୟରୁ କୁମାରୀ ଅନନ୍ୟ ମହାନ୍ତି ଶତକଡା ୯୦ % ମାର୍କ ରଖି ଭଦ୍ରକ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମହାବିଦ୍ୟାଳୟ ଚେୟାର ମେନ୍ ଶ୍ରୀଯୁକ୍ତ ମହେଶ ଚଦ୍ର ରାୟ ସର୍ବୋଚ୍ଚ ନମ୍ୱର ରଖିଥିବା ଛାତ୍ରୀ ଅନନ୍ୟ ମହାନ୍ତି କୁ ପୁଷ୍ପ ଗୁଛ ଦେଈ ସମ୍ବର୍ଦ୍ଧନା ଜଣାଇବା ସହ ସମସ୍ତ ବିଦ୍ୟାର୍ଥୀ ଙ୍କୁ ଆଶ୍ରିବାଦ ପୂର୍ବକ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ଜେଉଭଳି ଭାବେ ତମେ ପରିଶ୍ରମ କରି ସଫଳତା ହାସଲ କରିଛ ତାହା ସବୁଦିନ ମନେ ରଖି କଠିନ ପରିଶ୍ରମ କର ଓ ଜୀବନ ର ଲକ୍ଷ ପୂରଣ କର। ଶ୍ରୀଯୁକ୍ତ ରାୟ ଉକ୍ତ ସଫଳତା ପାଇଁ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ସାଧୁବାଦ ଓ ଶ୍ରେୟ ଦେଇଛନ୍ତି। ଏବଂ ମହାବିଦ୍ୟାଳୟ ସମସ୍ତ କର୍ମକର୍ତ୍ତା ମାନଙ୍କୁ ମଧ୍ୟ ଧନ୍ୟବାଦ୍ ଜଣାଇଛନ୍ତି। ଶ୍ରିଯୁକ୍ତ ରାୟ ଭାବ ବିହୋଳ ହୋଇ ସ୍ବର୍ଗତ ଶିଳା ଲିପି ମହାରଣା ଙ୍କ ପାଇଁ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି। ଉକ୍ତ ଅନୁଷ୍ଠାନରେ ପରୀକ୍ଷା ଦେଇଥିବା ବହୁ ବିଦ୍ୟାର୍ଥୀ ମେଟ୍ରି କି ରେ ୨୦୦ ନମ୍ବର ରଖି ଆଡ଼ମିଶନ କରି ୭୦ % ବିଜ୍ଞାନରେ ନମ୍ବର ରଖି ଉର୍ତିନ ହେବା ଏହା ମହାବିଦ୍ୟାଳୟର ଶିକ୍ଷାଗତ ପ୍ରଣାଳୀକୁ ପୁର୍ଣ୍ଣ ପ୍ରମାଣିତ କରେ। କୁମାରୀ ପ୍ରତିଭା ପଣ୍ଡା, ମୋଜାହିତ୍ ହୋସେନ୍ ଯଥା କ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମହାବିଦ୍ୟାଳୟ ର ଅଧକ୍ଷ ତଥା ରସାୟନ ବିଜ୍ଞାନର ଅଧ୍ୟାପକ ଶ୍ରୀଯୁକ୍ତ ଇଶ୍ୱର ଚନ୍ଦ୍ର ଜେନା, ଭୌତିକ ବିଜ୍ଞାନର ଅଧ୍ୟାପକ ଅଜିତ କୁମାର ବିଶ୍ବାଳ, ଗଣିତରେ ବସନ୍ତ ସାର ଏବଂ ଭାଗିରଥି ମହାରଣା, ଉଦ୍ଭିଦ ବିଜ୍ଞାନରେ ନଳୀନି କାନ୍ତ ନାୟକ, ପ୍ରାଣୀ ବିଜ୍ଞାନରେ ସସ୍ମିତା ପ୍ରିୟଦର୍ଶିନୀ ଧୂପାଳ,ଓଡ଼ିଆରେ ଶତ୍ରୁଘ୍ନ ପତି, ଏବଂ ଇଂରାଜୀ ରେ ଗୌରାଙ୍ଗ ପେରେଇ ମହଦୋୟଙ୍କୁ ଶୁଭେଛା ଓ ଧନ୍ୟବାଦ୍ ଜଣାଇ ଥିଲେ।
Sign in
Sign in
Recover your password.
A password will be e-mailed to you.