ତୃତୀୟ ଫେଜରେ ୫ଟି ଯୋଜନାରେ ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ ଯୋଜନାରେ ଅନ୍ତର୍ଭୁକ୍ତ

0

କାର୍ଯ୍ୟକୁ ଅଗ୍ରଗତି କରିବା ପାଇଁ ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ଉଦ୍ୟମ । 

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)

 କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଓ କଟକ ସଦର ବ୍ଲକ ଅଞ୍ଚଳର କେତେଗୁଡିଏ ବିଦ୍ୟାଳୟଗୁଡିକୁ ୫ଟି ଯୋଜନାରେ  ରୂପାନ୍ତରିତ କରାଯିବା ପାଇଁ ତୃତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରଯାଇଛି ।  ପୂର୍ବତନ କ୍ରୀଡା ମନ୍ତ୍ରୀ ତଥା ବିଧାୟକ ଚନ୍ଦ୍ରସାରଥି ବେହେରା ଙ୍କ ଉଦ୍ୟମ କ୍ରମେ ଏହି ବିଦ୍ୟାଳୟ ଗୁଡିକର ରୂପାନ୍ତରିତ କାର୍ଯ୍ୟକୁ ଯଥାଶୀଘ୍ର କରାଯିବା ପାଇଁ ଉଦ୍ୟମ ଜାରି ରହିଛି । ଏନେଇ ବିଧାୟକ ଶ୍ରୀ ବେହେରାଙ୍କ ନିର୍ଦେଶ କ୍ରମେ ସ୍ଥାନୀୟ ନେତାମାନେ ଆଜି ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷା ଅଧିକାରୀଣି ଲକ୍ଷେହୀରା ଲାବଣ୍ୟବତୀ ବେହେରା ଙ୍କୁ  ସାକ୍ଷାତ କରି ତୃତୀୟ ଫେଜ୍ ରେ 5T ଯୋଜନାରେ ରୂପାନ୍ତରିତ ହେବାକୁ ଯାଉଥିବା କଟକ ସଦର ଓ ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ସ୍କୁଲ ସମ୍ପର୍କରେ ଆଲୋଚନା କରିଥିଲେ ।  ଏହି ଆଲୋଚନାରେ ବିଧାୟକ ଶ୍ରୀ ବେହେରା ଙ୍କ ନିର୍ଦେଶ କ୍ରମେ କଟକ ଜିଲ୍ଲା ବିଜେଡ଼ି ସମ୍ପାଦକ ଅଚ୍ୟୁତାନନ୍ଦ ଦାସ, ଯୁବ ସରପଞ୍ଚ ସ୍ବାଧିନ ଭୂୟାଁ, କଟକ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ହିମାଂଶୁ ଶେଖର ଦାସ,କଟକ ଜିଲ୍ଲା ଛାତ୍ର ବିଜେଡ଼ି ଉପସଭାପତି ଇଜାଜ୍ ଖାନ୍, ନେମାଳ ସରପଞ୍ଚ ଙ୍କ ପ୍ରତିନିଧି ଚିଣ୍ଟୁ ମହାନ୍ତି , ସମିତି ସଭ୍ୟ ବିଶେନ୍ଦୁ ମହାରଣା, ବରିଷ୍ଠ ବିଜେଡ଼ି ନେତା ରତିକାନ୍ତ ଭୂୟାଁ, ଶରତ ସାମଲ୍, ଦର୍ଶନୀ ନାୟକ ଙ୍କ ସମେତ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନେ ଏହି ଆଲୋଚନାରେ ସକ୍ରିୟ ଭାବେ ଯୋଗଦାନ କରିଥିଲେ ଏବଂ  ଏହି କାର୍ଯ୍ୟକ୍ରମ କୁ ଯଥାଶୀଘ୍ର କରାଯିବ ସେନେଇ ସମସ୍ତେ ସହଯୋଗ ର ହାତ ବଢାଇବେ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.