ଅଟୋ ମାଲିକଙ୍କ ପକ୍ଷରୁ ଦାବି ପତ୍ର ପ୍ରଦାନ

0

ବାସୁଦେବପୁର/ପ୍ରତାପ ପାଢ଼ୀ:  ବାସୁଦେବପୁରରେ ମୁଖ୍ୟ ବଜାର ରେ ରହିଛି ଅନେକ ସମସ୍ୟା, ରାସ୍ତା କାମ ସରି ନ ଥିବା ବେଳେ ଆରମ୍ଭ ହୋଇଛି ଡ୍ରେନେଜ୍ କାମ | ଧିର ଗତିରେ କାମ ଚାଲୁ ଥିବା ବେଳେ ବ୍ୟବସାୟୀ ଓ ଜନ ସାଧାରଣ ଭୋଗୁ ଛନ୍ତି ଅନେକ ସମସ୍ୟା| ଉଠା ଦୋକାନ ବ୍ୟବସାୟ କୁ ନେଇ ଓ ଅଟୋ ବ୍ୟବସାୟ କୁ ନେଇ ଜୀବନ ଜାପାନ କରୁଥିବା ବ୍ୟକ୍ତି ଏବେ ଜୀବିକା ହରାଇ ବା ଆଶଙ୍କା ରେ ଉଠା ଦୋକାନୀ ମାନେ ସେମାନଙ୍କୁ ଉଚିତ୍ ଜାଗା ଦେବାକୁ ଦାବି କରିଥିବା ବେଳେ ଏକ ଅଟୋ ଷ୍ଟାଣ୍ଡ ପାଇଁ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଅଟୋ ମାଲିକ ମାନେ। ଆଜି ବାସୁଦେବପୁର ରେ ସ୍ଥାନୀୟ ଅଟୋ ମାଲିକ ମାନଙ୍କ ପକ୍ଷ ରୁ ଏକ ସ୍ଥାୟୀ ଅଟୋ ଷ୍ଟାଣ୍ଡ ପାଇଁ ପୌର ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ତୁରନ୍ତ ସମସ୍ୟା ର ସମାଧାନ ପାଇଁ ଅଟୋ ମାଲିକ ମାନେ ସ୍ଥାନୀୟ ଅଧିକାରୀ ଙ୍କୁ ଅନୁରୋଧ କରିଛନ୍ତି। ଦେଖିବାକୁ ବାକି ରହିଲା କେବେ ହେବ ସମସ୍ୟା ର ସମାଧାନ।

Leave A Reply

Your email address will not be published.