ଭଞ୍ଜନଗର : ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାରୁଡ଼ା ଛକ ଠାରେ ମୋ ପ୍ରିୟ ବାରୁଡ଼ା ସ୍ମାରକୀ ଉନ୍ମୋଚନ ହୋଇଯାଇଛି। ବିକାଶ ପରିଷଦ ବାରୁଡ଼ା ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି, ଭଞ୍ଜନଗର ଥାନା ଏସ.ଆଇ କେଶବ ଶଢଙ୍ଗୀ,ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ବିକାଶ ଚନ୍ଦ୍ର ସ୍ୱାଇଁ, ସରପଞ୍ଚ ପ୍ରତିନିଧି ରଞ୍ଜିତ ନାୟକ, ରାଜସ୍ବ ନିରୀକ୍ଷକ ରଶ୍ମିତା ବେହେରା ଯୋଗ ଦେଇଥିଲେ। ଅରକ୍ଷିତ ପରିଛା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ଗ୍ରାମର ଯୁବଗୋଷ୍ଠୀଙ୍କ ଏଭଳି କାର୍ଯ୍ୟକୁ ଅତିଥି ମାନେ ବେଶ ପ୍ରଶଂସା କରିଥିଲେ। ବାରୁଡ଼ା ଗ୍ରାମ କିଭଳି ଏକ ଆଦର୍ଶ ଗ୍ରାମ ହୋଇପାରିବ ଏବଂ ଏହା ଅନ୍ୟାନ୍ୟ ଗ୍ରାମ ପାଇଁ ଉଦାହରଣ ସୃଷ୍ଟି କରିବ ସେଦିଗରେ ଗ୍ରାମବାସୀ ମାନେ ଚେଷ୍ଟା କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ରାୟ କହିଥିଲେ। ଏଥିରେ ଗ୍ରାମର ବହୁ ଯୁବକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.