ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟଠାରେ ମିଳିତ ଜନ ଅଭିଯୋଗ ଶୁଣାଣି

0

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତିର୍ତ୍ତୋଲ ବ୍ଲକ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ l ଆଜିର ଶିବିରରେ ମୋଟ ୮୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥିମଧ୍ୟରୁ ୧୧ ଟି ଅଭିଯୋଗ ଗ୍ରାମ୍ୟ ସମସ୍ୟା ସଂପର୍କିୟ ଓ ୭୫ ଟି ବ୍ୟକ୍ତିଗତ ସମସ୍ୟା ସଂପର୍କୀୟ ୬ ଟି, ରେଡ଼କ୍ରସ ପାଣ୍ଠିରୁ ସହାୟତା ନିମନ୍ତେ ୧ ଟି ଏବଂ ଅନ୍ୟାନ୍ୟ ୧୫ ଟି ଅଭିଯୋଗର ଶୁଣାଣି କରାଯାଇଥିଲା l ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ରୁଦ୍ର ନାରାୟଣ ଦାଶ, ଉପଜିଲ୍ଲାପାଳ ଶ୍ରୀ ଧାମେନ୍ଦ୍ର ମଲ୍ଲିକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ତିର୍ତ୍ତୋଲ ଶ୍ରୀ ଦୀପକ କୁମାର ଜେନା, ବିଡ଼ିଓ ଶ୍ରୀ ଅଟଳ ବିହାରୀ ସ୍ୱାଇଁ, ତହସିଲଦାର ସୁଜାତା ପାତ୍ର, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଶୁଣାଣି କରିଥିଲେ l

Leave A Reply

Your email address will not be published.