ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

0

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେଵ ସିଂ, ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦ, ରାୟଗଡ ଶ୍ରୀ ରବି ନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ଗୁଣପୁର, ଶ୍ରୀ ଲୋକନାଥ ଦଲାବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲlଲମୋହନ ରାଉତରାୟ, ଶ୍ରୀ ଆର. କାଳାଇବରଣ, ସହାକାରୀ ବନ ସଂରକ୍ଷକ, ମଣୀମାଳା ଶବର, ଅଧକ୍ଷା,ପଦ୍ମପୁର ପଂଚାୟତ ସମିତି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀରମାକାନ୍ତ ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ରାମ ଚନ୍ଦ୍ର ଦାସ, ରାୟଗଡ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ କୁମାର ଶତପଥୀ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ, ଗ୍ରାମୀୟ ଜଳ ଯୋଗାଣ ନିର୍ବାହୀଯନ୍ତ୍ରୀ ଶ୍ରୀ ଚିତ୍ତରଞ୍ଜନ ଜେନା, ଜିଲ୍ଲା ପଂଚାୟତ ଅଧିକାରୀ,ରାୟଗଡ ଶ୍ରୀ ସୂର୍ଯ୍ୟ ନାରାୟଣ ମହାରଣା, ନିର୍ବାହୀଯନ୍ତ୍ରୀ ଗ୍ରାମୀୟ ନିର୍ମାଣ ବିଭାଗ, ଗୁଣପୁର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସୁକାନ୍ତ କୁମାର ପ୍ରଧାନ, ନିର୍ବାହୀଯନ୍ତ୍ରୀ ଉଠା ଜଳସେଚନ ପଏଣ୍ଟ, ଗୁଣପୁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ରାୟଗଡ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାୟଗଡ ଶ୍ରୀ ବସନ୍ତ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ରାୟଗଡ ଯାଜ୍ଞସେନୀ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ ଭିକ୍ଟରିଆ କୁଲୁ, ବିଡ଼ିଓ ରୀନା ପ୍ରଧାନ, ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।

ଏହି ଅଭିଯୋଗ ଶୁଣାଣୀରେ ମୋଟ ୭୧ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା ସେଥି ମଧ୍ୟରୁ ୫୭ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୪ଗୋଟି ଗ୍ରାମବାସୀ ମାନଙ୍କର ଅଭିଯୋଗ ଥିଲା । ୨ଜଣକୁ ୧୦ହଜାର ଟଙ୍କା ଲେଖାଏଁ ମୋଟ ୨୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିଲେ l ସେହିପରି ୧୪ଜଣ ଚାଷୀଙ୍କୁ ଜଙ୍ଗଲ ଜମି ପଟ୍ଟା ଏବଂ ୪୮ ଗୋଟି ବିଦ୍ୟାଳୟକୁ ଆରଓଆର ପଟ୍ଟା ଜିଲ୍ଲାପାଳ ପ୍ରଦାନ କରିଥିଲେ l ଜିଲ୍ଲାପାଳ ଶ୍ରୀମତୀ ସ୍ବଧା ଦେଵ ସିଂ ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.