ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାର ବିଭିନ୍ନ ସମୟରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକର ଉନ୍ନତି ଆଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରୁଛନ୍ତିି। ହେଲେ ଏମିତି କିଛି ଜାଗା ମୋହନା ବ୍ଲକରେ ରହିଅଛି ଯାହାକି ତିନୋଟି ପଞ୍ଚାୟତର ୨୦ ଖଣ୍ଡ ଗ୍ରାମବାସୀ ବିପଦ ସଂକୁଳ ଅବସ୍ଥାରେ ନାଳ ପାର ହୋଇ ସ୍କୁଲ ଯାଉଛନ୍ତି କୁନି କୁନି ଛାତ୍ର ଛାତ୍ରୀ ଓ ଜନ ସାଧାରଣ।
ଏ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ଝରଣପୁର ଗାଁ ନିକଟରେ ଥିବା ଗାଜେଲ ନାଳର ଦୃଶ୍ୟ । ଚୁଢଙ୍ଗପୁର ପଞ୍ଚାୟତ ଶିଆଳିଲଟି, ଝରଣପୁର ଠାରୁ ରାଇପଙ୍କାକୁ ସଂଲଗ୍ନ କରୁଥିବା ଏହି ନାଳ ରାସ୍ତା ଦେଇ ୨୦ରୁ ଉର୍ଦ୍ଧ୍ବ ଗାଁର ହଜାର ହଜାର ଲୋକ ନିର୍ଭରଶୀଳ। ପୋଲ ନ ଥିବାରୁ ସ୍କୁଲ , ହାଟ, ବଜାର , ମେଡ଼ିକାଲ ସମେତ ସମସ୍ତ ସରକାରୀ କାମରେ ଲୋକେ ଯାତାୟତ ପାଇଁ ନାହି ନ ଥିବା ହଇରାଣ ହେଉଛନ୍ତି। ହେଲେ ଏହି ନାଳ ଉପରେ ପୋଲ ନିର୍ମାଣ ଅଧପନ୍ତରିଆ ହୋଇ ପଡ଼ି ରହିଛି। ଯାହାକି ଉକ୍ତ ନାଳ ନିକଟରୁ ରାଇପଙ୍କା ଗ୍ରାମ ମାତ୍ର ୮କିମି ଏବଂ ରାୟଗଡ଼ା ଜିଲ୍ଲାର ପଦ୍ମପୁର ମୁଖ୍ୟ ବଜାର ୧୪କିମି। ଭଲ ରାସ୍ତା ଖଣ୍ଡେ ନାହିଁ କିନ୍ତୁ ମାଟି ରାସ୍ତା ହେଇଥିଲେ ମଧ୍ୟ ତିନୋଟି ନାଳ ଦେଇ ଯାତାୟାତ କରନ୍ତି ଅନେକ ଗ୍ରାମର ଲୋକେ।
ଅନ୍ୟ ଜିଲ୍ଲାର ବ୍ୟବସାୟୀ ମାନେ ବର୍ଷା ଦିନେ ଏଭଳି ରାସ୍ତା ଓ ପୋଲ ନଥିବାରୁ ଲୋକେ ଭରା ନାଳ ବହୁ କଷ୍ଟରେ ପାର ହେଉଥିବା ଦେଖାଦେଇଛି। ଖାଲି ସେତିକି ନୁହେଁ ଜରୁରୀକାଳୀନ ଚିକିତ୍ସା ପାଇଁ ରୋଗୀଙ୍କୁ ଚୁଡଙ୍ଗପୂର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ମୋହନା ମେଡିକାଲକୁ ଆଣିବାକୁ ହେଲେ ଦୋଳା କରି ବୋହି ଆଣନ୍ତି ଗ୍ରାମବାସୀ । ଏଭଳି ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ, ଗର୍ଭବତୀ ମହିଳା,ବରିଷ୍ଠ ନାଗରିକ ଓ ଛାତ୍ର ଛାତ୍ରୀ। ତେଣୁ ତୁରନ୍ତ ଏହି ପୋଲ ନିର୍ମାଣ କାମ କରିବା ସହ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.