ବରଗଡ :- କଲା ପ୍ରତି ସମ୍ମର୍ପିତ ଜଣେ ଉଚ୍ଚ କୋଟିର କଳାକାର ଭାବରେ ଶ୍ରୀ ପ୍ରେମ ସାଗର ଫୌଜଦର ବେଶ ସୁପରିଚିତ । ପେଶା ତାଙ୍କର ବ୍ୟବସାୟ ହେଲେ ଅଭିନୟ ତାଙ୍କର ନିଶା । ବର୍ତ୍ତମାନ ପ୍ରେମ ପାଇକମାଳ ବ୍ଲକ କଳାକାର ମହାସଂଘ ସଭାପତି ଭାବରେ କଳାକାର ମାନଙ୍କ ସହିତ ପ୍ରତକ୍ଷ ଭାବରେ ଜଡିତ ହୋଇ କଲା ଓ କଳାକାର ମାନଙ୍କର ଉନ୍ନତି ଦିଗରେ ପ୍ରୟାସ ରତ ଅଛନ୍ତି । ଶ୍ରୀ ପ୍ରେମ ସାଗର ଙ୍କୁ ତାଙ୍କର କଲା ପ୍ରତି ସମର୍ପଣ ଓ କଲାକ୍ଷେତ୍ରରେ କଳାର ବିକାଶ ପାଇଁ ଭୁବନେଶ୍ବର, “ଭଞ୍ଜ କଳାମଣ୍ଡପ” ଠାରେ ଅନୁଷ୍ଠିତ”ରାଜ୍ୟ କଳାକାର ମହାସଂଘ ଓଡ଼ିଶା” ଶୋଜନ୍ୟରେ “ଆଙ୍ଗୋତ୍ସର୍ଗ ସମ୍ମାନ -୨୦୨୨” ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଛି l ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ୍ ର ଶ୍ରୀ ପ୍ରେମ ସାଗର ଫୌଜଦାର ସମ୍ବଲପରି ଓ ଓଡ଼ିଆ ଆଲବମ, ସଟଫିଲ୍ମ, ନାଟ,ଡ୍ରାମା, ସିରିଆଲ ଓ ଚଳଚ୍ଚିତ୍ର ଅଭିନେତା ଭାବେ ସାରା ଓଡ଼ିଶାରେ ବେଶ୍ ପରିଚିତ।
ଏବେ ସେ ମୃତ୍ୟୁପରାନ୍ତ ଅଙ୍ଗଦାନ କରିବା ନିଷ୍ପତ୍ତି ନେଇ ଥିବାରୁ ଏହି ସମ୍ମାନ ରାଜ୍ୟ କଳାକାର ମହାସଂଘ ସଭାପତି ଚୈତନ୍ୟ ପାଇକ, କାର୍ଯ୍ୟକାରୀ ସଂପାଦକ ହିରାଲାଲ ଉପସଭାପତି ଭୁବନେଶ୍ବର ପ୍ରଧାନ, ସାଧାରଣ ସମ୍ପାଦକ ବାପି ପଣ୍ଡା ଓ ଅନ୍ୟାନ୍ୟ ଅତିଥିଙ୍କ ସମ୍ମୁଖରେ “ଆଙ୍ଗୋତ୍ସର୍ଗ ସମ୍ମାନ-୨୦୨୨” ସମ୍ମାନ ରେ ସମ୍ବର୍ଦ୍ଧତ କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post