ସୋନିଆ ଗାନ୍ଧୀଙ୍କୁ ଏବଂ କଂଗ୍ରେସ ଦଳକୁ ନିନ୍ଦିତ ଓ ଅପମାନିତ କରିବା ବିରୋଧରେ ସତ୍ୟାଗ୍ରହ

0

ଭୁବନେଶ୍ୱର- କେନ୍ଦ୍ର ବିଜେପି ସରକାର ନିଜ ୮ ବର୍ଷ ଶାସନର ବିଫଳତାକୁ ଲୋକଲୋଚନରୁ ଦୁରେଇ ରଖିବା ପାଇଁ ଏବଂ କଂଗ୍ରେସ ଦଳ ଓ ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଜନମାନସରେ ନିନ୍ଦିତ ଓ ଅପମାନିତ କରିବାପାଇଁ ନରେନ୍ଦ୍ର ମୋଦି, ଅମିତ ଶାହା ଯେଉଁ ଅପଚେଷ୍ଟା ଚଳାଇଛନ୍ତି ତାହାର ପ୍ରତିବାଦ କରିବାପାଇଁ ଆସନ୍ତା ୨୬ ତାରିଖ ମଙ୍ଗଳବାର ସକାଳ ୧୦ ଘଟିକା ସମୟରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ ଓ ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସତ୍ୟାଗ୍ରହ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ସାଂସଦ / ବିଧାୟକ / ରାଜ୍ୟସ୍ତରୀୟ ନେତୃବୃନ୍ଦ/ ପୂର୍ବତନ ସାଂସଦ ଓ ବିଧାୟକ / ସାଂସଦ ପ୍ରାର୍ଥୀ / ବିଧାୟକ ପ୍ରାର୍ଥୀ/ ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ ପଦାଧିକାରୀ ଅଂଶଗ୍ରହଣ କରିବାପାଇଁ ନିବେଦନ କରିଛନ୍ତି ।
ସ୍ମରଣଥାଉକି ନେସନାଲ ହେରାଲ୍ଡ ଖବର କାଗଜ ମାମଲାରେ ଭାରତ ସରକାରଙ୍କର ପ୍ରବର୍ତନ ନିର୍ଦ୍ଦେଶାଳୟ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କର ଇଙ୍ଗିତରେ ପରିଚାଳିତ ହୋଇ ଯେଉଁଭଳି ଭାବରେ ବିରୋଧି ଦଳର ନେତୃବର୍ଗଙ୍କୁ ଅଯଥାରେ ବ୍ୟକ୍ତିଗତ ଆକ୍ରୋଶ ଏବଂ ଉଦ୍ଦେଶ୍ୟକୁ ସାଧିତ କରିବାପାଇଁ ଯେଉଁ ଅପଚେଷ୍ଟା କରୁଛନ୍ତି ତାହା ବିରୋଧରେ ଏହି ସତ୍ୟାଗ୍ରହ ଅନୁଷ୍ଠିତ ହେଉଛି ବୋଲି ପିସିସି ମୁଖପାତ୍ର ରଜନୀ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Leave A Reply

Your email address will not be published.