ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡ଼ିଦରହା ପଞ୍ଚାୟତ ଲଉଡ଼ିଦରହା କୃଷି ପ୍ରାଥମିକ ସମବାୟ ସମିତି ରୁ ଆଗାମୀ ଖରିଫ ଋତୁ ପାଇଁ ଚାଷୀ ମାନଙ୍କ ନାମ ପଞ୍ଜିକରଣ କରିବା ପାଇଁ ଫର୍ମ ବଣ୍ଟନ କରାଯାଇଛି l ଚାଷୀ ମାନେ ଏବେ ନାମ ପଞ୍ଜିକରଣ କରିଲେ ଆଗାମୀ ନଭେମ୍ବର ଡିସେମ୍ବର ମାସ ରେ ସେମାନେ ଯେଉଁ ଧାନ ଅମଳ କରିବେ ତାହାକୁ ସମିତି ମାଧ୍ୟମରେ ସରକାର ଙ୍କୁ ବିକ୍ରି କରିପାରିବେ l ଏବେ ଠାରୁ ଯେଉଁ ଚାଷୀ ମାନେ ନାମ ପଞ୍ଜିକରଣ ପ୍ରକ୍ରିୟା ରେ ନିଜକୁ ସାମିଲ କରିବେ ନାହିଁ ସେମାନେ ସମବାୟ ସମିତି ମାଧ୍ୟମ ରେ ସରକାର ଙ୍କୁ ଧାନ ବିକ୍ରି କରିପାରିବେ ନାହିଁ l ତେଣୁ ଯେଉଁ ଚାଷୀ ମାନେ ଧାନ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି ସେମାନଙ୍କୁ ସମିତି ମାଧ୍ୟମରେ ଚାଷୀଙ୍କୁ ସମବାୟ ସମିତି ଅଧୀନରେ ଥିବା ଗାଁ ମାନଙ୍କରେ ସଚେତନ କରାଯାଇଥିଲା ଯାହାଫଳ ରେ ଚାଷୀ ମାନେ ସମିତି କୁ ଆସି ନାମ ପଞ୍ଜିକରଣ ଫର୍ମ ନେଉଛନ୍ତି l ଏହା ସହ ଚାଷୀ ମାନେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ରେ ନିଜକୁ ସାମିଲ କରିଥିବା ଲଉଡ଼ିଦର୍ହା ସମବାୟ ସମିତି ସମ୍ପାଦକ ରାଧେଶ୍ୟାମ ଖରସେଲ ସମିତି ସଭାପତି ମନୋଜ ଭୋଇ ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମିତି ସମ୍ପାଦକ ରାଧେଶ୍ୟାମ ଖରସେଲ, କମ୍ପୁଟର ଅପରେଟର ଗୋବରଧନ ସାହୁ (ନବୀନ ), ଦେବରାଜ ସାହୁ, ଅଶ୍ବିନୀ ଦାଶ, ଝସକେତନ ସାହୁ, ଭୂପେନ୍ଦ୍ର ପଟେଲ ଏବଂ ନିର୍ଦେଶକ ଚକ୍ରଧର ଜଗତ, ଅଶୋକ ପଧାନ ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.