ରାୟଗଡ଼ରୁ ସରୋଜ କୁମାର ସାହୁ:ଆଜାଦିକି ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ଦକ୍ଷତା କୈାଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ୧୫ ଦିନ ବ୍ୟାପୀ ସାରା ଦେଶରେ ସ୍ଵଛତା ପକ୍ଷ ପାଳନ କରାଯାଉଅଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲା ଜନ ଶିକ୍ଷଣ ସଂସ୍ଥାନ ଏବଂ ରାୟଗଡ଼ା ସ୍ଥିତ ଗାନ୍ଧୀ ନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ସ୍ଵଛତା ସଚେତନତା କାର୍ଯ୍ୟକ୍ରମ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଜନ ଶିକ୍ଷଣ ସଂସ୍ଥାନର କର୍ମକର୍ତ୍ତା ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ଚିତ୍ରାଙ୍କନ, ରଚନା ଓ ଗୀତ ନାଚର ପ୍ରତିଯୋଗୀତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ଜନ ଶିକ୍ଷଣ ସଂସ୍ଥାନର ରାୟଗଡ଼ା ଜିଲ୍ଲା ନିର୍ଦ୍ଦେଶକ ପ୍ରଭାତ କୁମାର ନାୟକ ଏବଂ ଗାନ୍ଧୀ ନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ବାତ୍ରୀୟାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜନ ଶିକ୍ଷଣ ସଂସ୍ଥାନର କାର୍ଯ୍ୟକ୍ରମ ଅଧିକାରୀ ଅରୁଣ କୁମାର ସାହୁ, କର୍ମଚାରୀ କେ. ମନିକା, ଲକ୍ଷ୍ମୀପ୍ରିୟା ଦାସ, ଶୁଭସ୍ମୀତା ଦାସ, ଗାନ୍ଧୀ ନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଟି. ଭି. ଭି. ସତ୍ୟନାରାୟଣ, ବି. କଲ୍ୟାଣୀ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.