ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଜୁନିୟର ରେଡ଼କ୍ରସ ସଂଗଠନ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ବେହେରା ଙ୍କ ନିଁର୍ଧେଶରେ ସ୍ଥାନୀୟ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିଲୋଚନ ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚନ୍ଦ୍ର ପାତ୍ର, ଶ୍ରୀମତୀ ରାଜଶ୍ରୀ ସାହୁ, ଜିଲ୍ଲା ଜୁନିୟର ରେଡ଼କ୍ରସ ସମ୍ପାଦକ ଶ୍ରୀ ବିଦ୍ୟାଧର ପ୍ରଧାନ, ଅବସରପ୍ରାପ୍ତ ବିଭୂତି ସୁଦର୍ଶନ ନନ୍ଦ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ରଥ, ମୋ ସ୍କୁଲ ଅଭିଯାନ କମିଟି ଓ ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ ଶ୍ରୀ ଅକ୍ଷୟ କୁମାର ବେହେରା, ଶ୍ରୀ ରଶ୍ମି ରଞ୍ଜନ ମହାନ୍ତି, ଶ୍ରୀ ପ୍ରଶାନ୍ତ ବେହେରା ଓ ଶ୍ରୀ ସୁନୀଲ ରାୟ ପ୍ରମୁଖ ଯୋଗ ଦେଇଥିଲେ l ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁସୟା ଅତିଥି ପରିଚୟ ପ୍ରଦାନ କରୁଥିବା ବେଳେ ଜେଆରସି ପରାମର୍ଶ ଦାଶ ଶ୍ରୀମତୀ ବସନ୍ତ ମଞ୍ଜରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ୮ଟି ବ୍ଲକ ର ଜେଆରସି ସଂଯୋଜକ ଶ୍ରୀ ପ୍ରଣପ କୁମାର ବେହେରା, ମଙ୍ଗରାଜ ସାହୁ, ହିମାଂଶୁ ମହାନ୍ତି, ଶ୍ରୀକାନ୍ତ ଜେନା, ଆଶୀର୍ବାଦ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ l ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୨୦୦ରୁ ଉର୍ଦ୍ଧ ବୃକ୍ଷ ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା l ଏହି ବୃକ୍ଷ ରୋପଣ କାର୍ଯ୍ୟ ରେ ବିଦ୍ୟାଳୟ ର ଅନୁସୟା ମଲ୍ଲିକ, ଶୁଭଶ୍ରୀ ମଲ୍ଲିକ, କିର୍ତ୍ତୀ ବାଳା ରାଉତରାୟ କ୍ଷଣପ୍ରଭା ସାହୁ, ରଶ୍ମିରଞ୍ଜନ ମହାପାତ୍ର, ଅସ୍ମିତା ପରିଜା, କାର୍ତିକ ପ୍ରଧାନ, ଅଲିଭାରାଣୀ ପ୍ରଧାନ, ପ୍ରଣତିବାଳା ନନ୍ଦ, ସୁଭଦର୍ଶିନୀ ଦାଶ, ପ୍ରୀତିକୃଷ୍ଣ ଦାସ, ନାରାୟଣ ରଥ, ପ୍ରଭାସ ମଲ୍ଲିକ ତଥା ନିକଟସ୍ତ ବିଦ୍ୟାଳୟ ର ପ୍ରଣପ ରାଉତ ରାୟ, ଲତା ଦେଇ, ହରେକୃଷ୍ଣ ଲେଙ୍କା ସସ୍ମିତା ଶତପଥି ତଥା ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ l ସର୍ବଶେଷରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବୃକ୍ଷରୋପଣ ସମ୍ପର୍କରେ ଏକ ସୁନ୍ଦର ନାଟକ ପରିବେଷଣ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଜୁନିୟର ରେଡ଼କ୍ରସ ପରାମର୍ଶ ଦାତା ଶ୍ରୀ ଚନ୍ଦନ ବେହେରା ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.