ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ଭାବେ ବିଜୟ : ନିଶ୍ଚିନ୍ତକୋଇଲି ବିଜେପି ଶିବିରରେ ଆନନ୍ଦର ଲହରୀ ।

0

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)-ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ  ବୃହତ ବିଜୟ ହୋଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ୫ ଲକ୍ଷ ୭୭ ହଜାର ୭୭୭ ମୂଲ୍ୟର ଭୋଟ । ଓଡ଼ିଶା ମାଟିର ଗର୍ବ ଗୌରବ ଭାରତ ବର୍ଷର ନବ ନିର୍ବାଚିତ ମହାମହିମ ରାଷ୍ଟ୍ରପତି ପ୍ରାର୍ଥୀନୀ ଭାବେ ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କଲାପରେ ନିଶ୍ଚିନ୍ତକୋଇଲି ବ୍ଲକ ବିଜେପି ଶିବିରରେ ଆନନ୍ଦ ଉତ୍ସାହ ର ଲହରୀ ଖେଳିଯାଇଛି । ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେପି ଯୁବନେତା ଶାରଦା ପ୍ରଧାନଙ୍କ ନିର୍ଦେଶ କ୍ରମେ ଏହି ବିଜୟର ଦିବସକୁ ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳବାସୀ ମନେରଖିବା ପାଇଁ ଧୁମଧାମର ସହ ବାଜା ବଜାଇ , ବାଣ ଫୁଟାଇ ପାଳନ କରାଯାଇଛି ।  ଏହି ଅବସରରେ ମାହାଙ୍ଗା ବିଜେପି ଯୁବନେତା ଶାରଦା ପ୍ରଧାନ ଙ୍କ ସମେତ ସମସ୍ତ ବିଜେପି କର୍ମୀମାନେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଢ଼େରସାରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମ ରେ ବିଜେପି ମଣ୍ଡଳ ସଭାପତି ରଞ୍ଜନ ରାଉତ, କୈଳାସ ବେହେରା, ଅଶୋକ ସାହୁ, ଜିଲ୍ଲା ପ୍ରତିନିଧି ହେମନ୍ତ ରାଉତ,କଲ୍ୟାଣୀ ସେଠି, ଦେବଦତ୍ତ କର, ଭରତ ଦାସ, ନମିତା ଚାନ୍ଦ,ସବିତା ସାମଲ , ରବିନାରାୟଣ ମହାପାତ୍ର, ଶାରଦା ମିଶ୍ର, ସୁଧାଂଶୁ ଭୂୟାଁ, ସନ୍ତୋଷ କାପ ଓ ଚିନ୍ମୟୀ ରାଉତ, ହରମୋହନ ପଣ୍ଡା, ଭବାନୀ ଶଙ୍କର ବେହେରା, କ୍ଷୀରୋଦ ପାତ୍ର, ଅଭୟ ପାତ୍ର, କ୍ଷୀରୋଦ ଦାସ, ମନମୋହନ ସେଠୀ, ମନମୋହନ ଓଝା, ସୁଶାନ୍ତ କୁମାର ପଣ୍ଡା ଙ୍କ ସମେତ ବହୁ ବିଜେପି କର୍ମୀମାନେ ଯୋଗଦାନ କରି ବିଜୟ ଉତ୍ସବକୁ ପାଳନ କରିଥିଲେ ।

Leave A Reply

Your email address will not be published.