ବରଗଡ – ବିଜୁ ଜନତା ଦଳର ଦୀର୍ଘ ୨୫ ବର୍ଷର ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକ ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଭାତ ଆଦିତ୍ୟ ମିଶ୍ର, ସମ୍ମାନୀତ ଅତିଥି ଭାବେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଯୋଗଦେଇ ଔଷଧୀୟ ଚାରା ରୋପଣ କରି #ଗୋଟିଏ ଗଛ କୋଟିଏ ଜୀବନ” ର ମହତ୍ତ୍ଵ ବୁଝାଇ ଥିଲେ । ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଓ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ବିଜେଡ଼ି ନେତା ଶ୍ରୀ କୀର୍ତ୍ତନ ଦାସ, କାର୍ଯ୍ୟକ୍ରମର ସଂଯୋଜକ ଯୁବନେତା ଶ୍ରୀ ସୁନାଧର ସାହୁ, ପୂର୍ବତନ ରାଜ୍ୟ ସଂପାଦକ ଶ୍ରୀ ପ୍ରଦୀପ ବିଶୋଇ, ଶ୍ରୀ ଶଙ୍କର ନନ୍ଦ, ସମୀର ସାହୁ, ନକୁଲ ସାହୁ, କିର୍ତ୍ତି ପଣ୍ଡା, ପିଣ୍ଟୁ ନାଏକ, ସୁବଳ ସାହୁ, ସମାରୁ ସାହୁ, ମୁରଲୀ ସାହୁ, ଧର୍ମେନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁ, ସୁଭାକର ସାହୁ ଏବଂ ଦଳୀୟ କର୍ମକର୍ତା ସମେତ ସ୍ୱେଚ୍ଛାସେବୀ ବୃନ୍ଦ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.