ଟିଟିଲାଗଡ଼ ରେ ବର୍ଷିଲା କୃଷକ ଅଭିଯାନ ସଂଗଠନ

0

କୃଷି ବୀମା ଦାବୀ ସହ ସାର କଳାବଜାର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ

ଟିଟିଲାଗଡ଼./ରଶ୍ମିରେଖା ମହାପାତ୍ର: ଗତ ବର୍ଷ ମରୁଡି ଜନିତ କୃଷି ବୀମା ବର୍ତମାନ ସୁଦ୍ଧା ଅନେକ ଚାଷୀ ପାଇ ନ ଥିବା ଯୋଗୁଁ ଅଧିକାଂଶ ପଞ୍ଚାୟତ ର ଚାଷୀ ମାନେ ମରୁଡି ଜନିତ କ୍ଷତିପୂରଣ ଦାବୀ, କୃଷି ବୀମା କମ୍ପାନୀ ର ଠକେଇ ଏବଂ ଶୋଷଣ ବିରୋଧରେ ପ୍ରତିବାଦ କରିବା ସହ ବର୍ତମାନ ଚାଷ ବାସ ସମୟରେ ବିଭିନ୍ନ ସାର ର ବ୍ୟାପକ କଳାବଜାର ହେଉଥିବାରୁ ଟିଟିଲାଗଡ଼ କୃଷକ ସଂଗଠନ ଅଭିଯାନ ତରଫରୁ ଆଜି ଟିଟିଲାଗଡ଼ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉପଜିଲ୍ଲାପାଳ ଅଫିସ ଘେରାଓ କରିଛନ୍ତି l କୃଷକ ଅଭିଯାନ ସଂଗଠନ ର ଆବାହକ ତଥା ସଭାପତି ବାଲକୃଷ୍ଣ ଷଣ୍ଢ ଙ୍କ ନେତୃତ୍ୱ ରେ ଆୟୋଜିତ ବିକ୍ଷୋଭ ରାଲିରେ ଗରିବ ସେନା ଆବାହକ ବୀରେନ୍ଦ୍ର ବାଗ, ବିଜେପି ନେତା ମହେନ୍ଦ୍ର ଠାକୁର ପ୍ରମୁଖ ଯୋଗ ଦେଇ ଜିଲ୍ଲାପ୍ରଶାସନ, ରାଜ୍ୟ ସରକାର ଙ୍କୁ ତୀବ୍ର ଭର୍ସନl କରିଥିଲେ l ଟିଟିଲାଗଡ଼ ହାଇସ୍କୁଲ ଖେଳ ପଡିଆ ରୁ ଚାଷୀ ମାନେ ଏକ ବିକ୍ଷୋଭ ଶୋଭାଯାତ୍ରା ରେ ଆସି ଉପଜିଲ୍ଲାପାଳ ଅଫିସ ଘେରାଓ କରିବା ସହ ତୁରନ୍ତ ମରୁଡି ଜନିତ କ୍ଷତିପୂରଣ ଯୋଗାଇ ଦେବା,11 ଗୋଟି କୃଷି ବୀମା କମ୍ପାନୀ ବିରୋଧ ରେ ଦୃଢ ପଦକ୍ଷେପ ନେବା ସହ ସାର କଳାବଜାର କରୁଥିବା ଅସାଧୁ ବ୍ୟବସାୟୀ ଉପରେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ସଂଗଠନ ଦାବୀ କରିଛି l ଆଗାମୀ ଦିନରେ ଦାବୀ ପୂରଣ ନ ହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଳି କୃଷକ ଅଭିଯାନ ସଂଗଠନ ଚେତାବନୀ ଦେଇଛି l ଏନେଇ ଏକ ଦାବୀ ପତ୍ର ସହାୟକ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛି ସଂଗଠନ..ସେପଟେ ଆନ୍ଦୋଳନ କାରି ଙ୍କ ଦାବୀ ପତ୍ର କୁ ଜିଲ୍ଲାପ୍ରଶାସନ ଙ୍କ ନିକଟକୁ ପଠାଇ ଆଇନ ଅନୁଯାୟୀ କାର୍ଯ୍ୟ କରାଯିବ ବୋଳି ସହାୟକ ଜିଲ୍ଲାପାଳ କହିଛନ୍ତି l

Leave A Reply

Your email address will not be published.