ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ପାଇକମାଳ ୧୨ ଘଣ୍ଟିଆ ବନ୍ଦ

0

ବରଗଡ :-ରାଜବୋଡାସମ୍ବର  କୃଷକ ସଂଗଠନ ଡାକରାରେ ସୋମବାର ପାଇକମାଳ ବ୍ଲକ୍  ରେ ୧୨ ଘଣ୍ଟିଆ ବନ୍ଦ ରହିଥିଲା । ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ରାସ୍ତା ସମ୍ପୁର୍ଣ୍ଣ ଭାବେ ବନ୍ଦ ଥିଲା । କୃଷକମାନେ ସକାଳ ୬ଟାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ପାଇକମାଳ ମୂଖ୍ୟ ଛକରେ ବସିରହି ସେମାନଙ୍କ ଦାବି ପୁରଣ ପାଇଁ ଅଭିଭାଷଣ ଦେଇ ଥିଲେ । ମୂଖ୍ୟ ଦାବି ମଧ୍ୟରେ ୨୦୨୧ ମସିହାର ଫସଲ ବିମା ଏପର୍ଯ୍ୟନ୍ତ ମିଳି ନଥିବାରୁ ଚାଷୀମାନେ ହକ ଦାବି ପାଇଁ ଆଜି ରାସ୍ତା ରୋକ ରେ ଗର୍ଜି ଥିଲେ । ଏହି ବନ୍ଦକୁ କଗ୍ରେସ, ବିଜେପି, ବିଜେଡିଦଳ ପକ୍ଷରୁ ତଥା ଗନ୍ଦମାଦ୍ଧନ ଯୁବ ପରିଷଦ  ଓ ବିରିଷ୍ଠ ନାଗରିକ କମିଟି ପକ୍ଷରୁ ମଧ୍ୟ ସର୍ମଥନ କରାଯାଇଥିଲା । କୃଷକ ସଙ୍ଗଠନ ର ସଭାପତି ବିଶ୍ବନାଥ ରଣା, ସଂପାଦକ ବାଲକୃଷ୍ଣ ବନଛୁର, କୋଷାଧ୍ଯକ୍ଷ ରାହସବିହାରି ସାହୁ, ବିପିନ ବିହାରି ଠାକୁର, ପିତମ୍ବର ସାହୁ, ଯୁଧିଷ୍ଟିର ସାହୁ, ଗୋପତରାମ ବାରିକ, ନନ୍ଦଲାଲ ତ୍ରିବେଦୀ, ବିନୋଦ କାଲିଆ, ବିଜୟ କୁମାର ସ୍ବାଇଁ, ରନିନାରାୟଣ ସାହୁ, ସୁରେନ୍ଦ୍ର ସିଂ ବରିହା, ଗୋବର୍ଦ୍ଧନ ଅଗ୍ରୱାଲ, କୈଳାସ ଦିଶ୍ରୀ ପ୍ରମୁଖ ଶତାଧିକ ଚାଷୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏହି ବନ୍ଦ ପାଳନ ଯୋଗୁ ଅନେକ ଗାଡି ମୋଟର ରାସ୍ତା ଉଭୟ ପାଶ୍ବରେ ଅଟକି ରହି ଥିବା ବେଳେ ନୃସିଂହନାଥ କୁ ଯାଉଥିବା ଭକ୍ତମାନେ ଦୋକାନ ବଜର ବନ୍ଦ ଥିବାରୁ ଖାଇବା ପାଇଁ ବହୁତ ହୈରାଣ ହୋଇଥିଲେ ।

Leave A Reply

Your email address will not be published.