କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ :ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଗତ ସାତ ଦିନ ମଧ୍ୟରେ ସାତ ଜନଙ୍କ ମୃତ୍ୟ ପରେ ଆଜି ଆରଏମଆରସିର ଏକ ଚାରି ଜଣିଆ ଟିମ କାଶୀପୁର ଗସ୍ତ କରିଛନ୍ତି ।ଡାକ୍ତର ବି ,ବି ପାଳ ଙ୍କ ନେତୃତ୍ୱରେ ଏହି ଟିମ ବିଭିନ୍ନ ସ୍ଥିତି ପରଖୀବା ସହ ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି , ଏବେ ମଧ୍ୟ କାଶୀପୁର ମେଡ଼ିକାଲ ରେ 15 ଜଣ , ଟିକିରି ମେଡ଼ିକାଲରେ 28 ଜଣ ଓ ଉତ୍କଳ ଆଲୁମିନା ସ୍ଥିତ ଉସାପଡା ମେଡ଼ିକାଲ ରେ 17 ଜଣ ଓ ରାୟଗଡା ଜିଲ୍ଲା ମୁଖ୍ୟଚିକିଲୟରେ ପ୍ରାୟ 7 ଜଣ ଚିକିତ୍ସିତ ହେଉଛନ୍ତି । ପ୍ରଶାସନ ତରଫରୁ ଆକ୍ରାନ୍ତ ଗ୍ରାମ ଗୁଡିକରେ ନିୟମିତ ଭାବେ ଟ୍ୟାଙ୍କର ଦ୍ୱାରା ପାନୀୟ ଜଳ ଯୋଗାଇବା ସହ ମେଡ଼ିକାଲ ଟିମ ପହଂଚି ଆକ୍ରାନ୍ତ ଙ୍କୁ ସଚେତନା କରିବା ସହ ଆବଶ୍ୟକ ମେଡ଼ିସିନ ବଣ୍ଟନ କରୁଛନ୍ତି ।ଅକ୍ରାନ୍ତ ବ୍ୟକ୍ତି ମାନେ ତୁରନ୍ତ ମେଡ଼ିକାଲ ଯାଇ ଚିକିତ୍ସା କରିବା ସହ ଗ୍ରାମ ଗୁଡିକରେ ଯୁଦ୍ଧ କାଳୀନ ଭିତିରେ ସ୍ବାସ୍ତ୍ୟ ସେବା ଯୋଗାଈଦିଆଯାଉଥିବା ପ୍ରକାଶ କରିଥିଲେ ରାୟଗଡା ବିଧାୟକ ।
Sign in
Sign in
Recover your password.
A password will be e-mailed to you.
Next Post