ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର ଫଳକ ସହ ଉପାନ୍ତ ଅଞ୍ଚଳରେ ଓଡିଶୀ ନୃତ୍ୟର ପ୍ରଚାର ପ୍ରସାରର ବିଷୟକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର କାରଣ ସାହି ସ୍ଥିତ ବିଜୟ ବ୍ୟାୟମ ଶାଳା ପରିସରରେ ପାରଳର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର ଫଳକ ସହ ଉପାନ୍ତ ଅଞ୍ଚଳରେ ଓଡିଶୀ ନୃତ୍ୟର ପ୍ରଚାର ପ୍ରସାରର ବିଷୟକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳା ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଯୋଗଦେଇ ଥିବା ବେଳେ ମୁଖବକ୍ତା ଭାବେ ଡ଼.କଲ୍ୟାଣୀ ମିଶ୍ର ,ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଅନୁଷ୍ଠାନର ଉପସଭାପତି ସ୍ନିଗ୍ଧା ମିଶ୍ର , ଅନୁଷ୍ଠାନର ଆଇନ ପରାମର୍ଶଦାତା ଶ୍ରୀ ଆଦର୍ଶ ଦାସ , ମମତା ପାଢ଼ୀ , ଡି.ମୋହନ ରାଓ ପ୍ରମୁଖ ମଞ୍ଚାସୀନ କରି ସୀମାରେ ଏହି ଶୃଙ୍ଖଳିତ ଶାସ୍ତ୍ରୀୟ ନୃତ୍ୟକୁ ପ୍ରତିଟି ପରିବାର ଆପଣେଇବାକୁ ବକ୍ତାମାନେ ଉଦବୋଧନ ଦେଇଥିଲେ।
ଏହି ଅବସରରେ ମଞ୍ଚାସୀନ ଅତିଥିମାନେ ଅନୁଷ୍ଠାନର ଫଳକ ଉନ୍ମୋଚନ କରିଥିଲେ।
ଏହି ଅବସରରେ ଜିଲ୍ଲା ପ୍ରଶାସନ ଦ୍ବାରା ପଞ୍ଜୀକୃତ ଅନୁମତି ପାଇଁ ଏହି ଅନୁଷ୍ଠାନର ପ୍ରାଣକର୍ତ୍ତ ସମ୍ପାଦିକା ସୁଶ୍ରୀ ଡି.ପ୍ରିୟଙ୍କା ଜିଲ୍ଲା ପ୍ରଶାସନକୁ ଭୂୟସୀ ପ୍ରଶଂସା କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀମତୀ ଅରୂପାଞ୍ଜଳି ମହାନ୍ତି ସଂଯୋଜନା କରିଥିବା ବେଳେ ବାଳକୃଷ୍ଣ ପାଣିଗ୍ରାହୀ , ନିତ୍ୟାନନ୍ଦ ଚୌଧୁରୀ , ବିଷ୍ଣୁ ପ୍ରସାଦ ପଣ୍ଡାଙ୍କ ସହଯୋଗରେ ଏହି ସାଂସ୍କୃତିକ ସମାରୋହ ସମାପନ ହୋଇଥିଲା।

Leave A Reply

Your email address will not be published.