ଶିବ ମାଣ୍ଡାଙ୍ଗଙ୍କ ଘର ଭାଙ୍ଗି ଯିବା ଖବର ଶାସକ ପ୍ରଶାସକ ରେ ପ୍ରକାଶ ପାଇବା ପରେ…..

0

ପରିବାର ଙ୍କୁ ମିଳିଲା,ସେବା ସେନା ପକ୍ଷରୁ ଆର୍ଥିକ ସହଯୋଗ ରାଶି।

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ/ଗତ କିଛି ଦିନ ତଳେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ କରପା ପଞ୍ଚାୟତର ସୁଳିପଦର ଗ୍ରାମର ମାଳି ସାହି ବାସିନ୍ଦା ଶିବ ମାଣ୍ଡାଙ୍ଗଙ୍କ ଘରର କାନ୍ଥ ଭାଙ୍ଗି ଯାଇଥିବା ଖବର ଶାସକ ପ୍ରଶାସକ ରେ ପ୍ରକାଶ ହେବା ପରେ,ପରିବାର ଙ୍କୁ ମିଳିଲା,ସେବା ସେନା ପକ୍ଷରୁ ଆର୍ଥିକ ସହଯୋଗ ରାଶି। ଯାହା ଦ୍ଵାରା ପରିବାର ଲୋକ ସମ୍ପର୍କୀୟ ଘର ପିଣ୍ଡାରେ ରହି ଚାରି ପାଞ୍ଚ ଦିନ ବିତିଗଲା ପରେ ବି ପ୍ରଶାସନ ତରଫରୁ କିଛି ସାହାଯ୍ୟ ମିଳି ନ ଥିଲା ଏଇ ଖବର ଶୁଣିଲା ପରେ ସ୍ବେଚ୍ଛାସେବୀ ସଂଗଠନ ସେବା ସେନା ର ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ କୁମାର ବଛା ଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ଉକ୍ତ ପରିବାର ପାଖରେ ପହଞ୍ଚି ଚାଉଳ, ଟମାଟ, ଡାଲି , ଆଳୁ, ପିଆଜ, ଗାଧୋଇବା ସାବୁନ୍ ,ସଫା ସାବୁନ୍ , ସର୍ଫ ପକେଟ୍ , ଟାରପେନ୍ ଓ କିଛି ଆର୍ଥିକ ସହଯୋଗ ରାଶି ପ୍ରଦାନ କରିଛନ୍ତି । ଏହି ସମୟରେ ବୁଡ଼ାଗୁଡ଼ା ପଞ୍ଚାୟତ ସଭାପତି ଶ୍ରୀ ବିଶ୍ଵନାଥ ହିକକା, କୋଷାଧ୍ୟକ୍ଷ ଗଙ୍ଗାରାଓ ପ୍ରାସ୍କାଙ୍କ ସହ କରପା ପଞ୍ଚାୟତ ସଭାପତି କୁମାରୀ ସସ୍ମିତା କାଡ୍ରାକା , ସମ୍ପାଦକ କୁମାରୀ ନନ୍ଦିନୀ ନାଚିକା ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଥିଲେ।

Leave A Reply

Your email address will not be published.