ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ ଓଡ଼ିଶା ସରକାରଙ୍କ ପିଲାଙ୍କ ପାଇଁ ଦକ୍ଷତା ( ଶିକ୍ଷା) ଭିତ୍ତିକ ନୂତନ ଟାସ୍କ ଫୋର୍ସ ଏଫ୍ ଯୋଜନାର ଉଦଘାଟନୀ ମହୋତ୍ସବ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ପାରଳା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶ୍ରୀ ଜୁବୁଲି ଚରଣ ବେହେରା (ସ୍ବତନ୍ତ୍ର ଅତିଥି)ଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମର ପ୍ରାକ୍ ସୂଚନା ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣଚନ୍ଦ୍ର ପ୍ରଧାନ ଦେଇଥିବାବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ପୁରାତନ ଛାତ୍ର ବିଚିତ୍ରାନନ୍ଦ ବେବର୍ତ୍ତା ଓ ଶ୍ରୀ ଭାଗବତ ପାଢ଼ୀ(ପୁରାତନ ଛାତ୍ର) ପରିଚାଳନା କରିଥିଲେ। ଏହି ଅବସରରେ କାଉନସିଲର ବାଳକୃଷ୍ଣ ପାତ୍ର ଓ ବିଭୂତି ଭୂଷଣ ବେହେରା , ସିଆରସି ଏମ୍.ଉମାପତି , ଏସ୍. ଏମ୍. ସି. ସସ୍ମିତା ଗନ୍ତାୟତ ସମ୍ମାନିତ ଅତିଥି ରୂପେ ଯୋଗ ଦାନ କରି ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ଶିକ୍ଷା ଆନୁସାଙ୍ଗିକ ଖେଳ, ଗୀତ , ଅଭିନୟ ଚିତ୍ରାଙ୍କନ , ତର୍କ , ଭାଷଣ , ଜ୍ଞାନ ବିଜ୍ଞାନ , ଜଣାଅଣା , ଜାଣିବା ପାଇଁ ଶିକ୍ଷକ, ପୁରାତନ ଛାତ୍ର , ଗୋଷ୍ଠୀର ପ୍ରମୁଖ ଭୂମିକା ଉପରେ ଆଲୋଚନା କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ରାମଶଙ୍କର ଗନ୍ତାୟତ , ପ୍ରକାଶ ପାତ୍ର , କବିତା ରାଉତ , ୱାଇ. ଶିବ କୁମାର , ଶ୍ରୀଲକ୍ଷ୍ମୀ ପ୍ରଭୃତି ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷୟତ୍ରୀ ସୁଜାତା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.