ଭୁବନେଶ୍ୱର: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ସ୍ଥିତିକୁ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦେଶର ୧୬ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ କରିଛି । ଶୁକ୍ରବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସନାଲ୍ ର୍ୟାଙ୍କିଙ୍ଗ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ର୍ୟାଙ୍କିଙ୍ଗସ-୨୦୨୨ରେ ଓଡ଼ିଶାର ଏକ ନମ୍ବର ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପୁଣି ଥରେ ପ୍ରତିପାଦିତ କରିପାରିଛି ସୋଆ ।
ଗତ ବର୍ଷ ଏନ୍ଆଇଆର୍ଏଫ୍ ର୍ୟାଙ୍କିଙ୍ଗ୍ସର ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ଜାତୀୟ ସ୍ତରରେ ୨୦ ତମ ସ୍ଥାନରେ ଥିବା ସୋଆ ଚଳିତ ବର୍ଷ ନିଜର ଉତ୍କର୍ଷ ପ୍ରଦର୍ଶନ କରି ଦେଶର ୧୬ ତମ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନୀତ ହୋଇଛି । ସେହିପରି ୪ଟି କ୍ୟାଟେଗୋରୀରେ ନିଜର ସ୍ଥାନକୁ ଉନ୍ନୀତ କରିଥିବା ବେଳେ ଦୁଇଟି କ୍ୟାଟେଗୋରୀରେ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜକୁ ସ୍ଥାନୀତ କରିପାରିଛି ସୋଆ । ସୋଆର ଦୁଇଟି ଅନୁଷ୍ଠାନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ (ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍ସେସ୍) ଏବଂ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍) ପ୍ରଥମ ଥର ପାଇଁ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନୀତ ହୋଇଛି ।
ମାତ୍ର ୧୫ ବର୍ଷ ତଳେ ଡିମ୍ଡ ବିଶ୍ୱବିଦ୍ୟାଳୟ ଷ୍ଟାଟସ୍ ପାଇଥିବା ସୋଆ ଚଳିତ ଏନ୍ଆଇଆର୍ଏଫ୍ -୨୦୨୨ ତାଲିକାରେ ଓଭରଅଲ୍ କ୍ୟାଟେଗୋରୀରେ ୩୦ ତମ ସ୍ଥାନରେ ରହିଥିବା ବେଳେ (୨୦୨୧ରେ ୩୭ତମ ସ୍ଥାନରେ ଥିଲା) ମେଡିକାଲ୍ ସାଇନ୍ସେସ୍ରେ ୧୮ ତମ, ଇଞ୍ଜିନିୟରିଂରେ ୨୭ତମ ଏବଂ ଡେଂଟାଲ୍ ସାଇନ୍ସେସ୍ରେ ୧୦ମ ସ୍ଥାନରେ ରହିଛି । ସେହିପରି ପ୍ରଥମ ଥର ପାଇଁ ଏହି ର୍ୟାଙ୍କିଙ୍ଗ୍ରେ ପ୍ରବେଶ କରିଥିବା ସୋଆର ଫ୍ୟାକଲ୍ଟି ଅଫ୍ ଲ’ ଦେଶରେ ୯ମ ସ୍ଥାନ ହାସଲ ରହିଥିବା ବେଳେ ରିସର୍ଚ୍ଚ କ୍ୟାଟେଗୋରୀରେ ୪୫ତମ ସ୍ଥାନରେ ସ୍ଥାନୀତ ହୋଇଛି ।
ନିକଟରେ ଏକ ବିରାଟ ମାଇଲ୍ ଖୁଂଟ ମଧ୍ୟ ହାସଲ କରିଛି ସୋଆ । ନ୍ୟାସ୍ନାଲ୍ ଆସେସେ୍ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍ସିଲ୍ (ନାକ୍) ବିଶ୍ୱବିଦ୍ୟାଳୟକୁ ମୋଟ ୪ସ୍କୋର୍ରୁ ୩.୮୮ ସିଜିପିଏ ସହ ସର୍ବାଧିକ A++ ଗ୍ରେଡ୍ର ସ୍ୱୀକୃତି ପ୍ରଦାନ କରିଛି ।
୨୦୧୬ରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନ୍ଆଇଆର୍ଏଫ୍ ର୍ୟାଙ୍କିଙ୍ଗ ଆରମ୍ଭ କରାଯାଇଥିବା ବେଳେ ସବୁଠାରୁ ନବତମ ବିଶ୍ୱବିଦ୍ୟାଳୟ ଭାବେ ବିଗତ ୭ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି ସୋଆ । ସେହିପରି ଗତ ୩ ବର୍ଷ ହେବ ଶ୍ରେଷ୍ଠ ୨୦ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜକୁ ସ୍ଥାନୀତ କରିଛି ସୋଆ ।
ଏନ୍ଆଇଆର୍ଏଫ୍ -୨୦୨୧ରେ ସୋଆର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍ସେସ୍, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୧ ତମ ସ୍ଥାନରେ ରହିଥିବା ବେଳେ ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ୩୨ତମ ସ୍ଥାନରେ ଏବଂ ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍ସେସ୍, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍) ୧୪ତମ ସ୍ଥାନରେ ରହିଥିଲା ।
ପୂର୍ବ ଭାରତରେ ତୃତୀୟ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆ ନିଜର ସ୍ଥିତି ଜାହିର କରିଥିବାବେଳେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ ର୍ପୂବାଂଚଳରେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ସେହିପରି ଫ୍ୟାକଲ୍ଟି ଅଫ୍ ଲ’ ପୂର୍ବାଂଚଳରେ ତୃତୀୟ ସ୍ଥାନ ହାସଲ କରିଛି ।
ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ବିଶ୍ୱବିଦ୍ୟାଳୟର ସଫଳତାକୁ ନେଇ ନିଜର ଖୁସି ବ୍ୟକ୍ତ କରିବା ସହ ଏଥି ନିମନ୍ତେ ସମସ୍ତ ଫ୍ୟାକଲ୍ଟି ଏବଂ କର୍ମଚାରୀମାନଙ୍କୁ ସେମାନଙ୍କର ନିରବଚ୍ଛିନ୍ନ ପରିଶ୍ରମ ଓ ଅଧ୍ୟବସାୟ ନିମନ୍ତେ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post