ଅଗ୍ନିପଥ ଯୋଜନା ଅଧନରେ ଭାରତୀୟ ସେନା ନିଯୁକ୍ତି ରାଲି |

0

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସମ୍ବଲପୁର ସେନା ନିଯୁକ୍ତି କାର୍ଯ୍ୟାଳୟ ଅଧୀନରେ ୯ ସେପ୍ଟେମ୍ବର ୨0୨୨ ଠାରୁ ତା ୧୪ ସେପ୍ଟେମ୍ବର ୨0୨୨ ପର୍ଯ୍ୟନ୍ତ ଓଡ଼ିଶାର ଅନୁଗୁଳ,ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଦେବଗଡ଼, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାର  ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଅଗ୍ନିପଥ ଯୋଜନା ଅନ୍ତର୍ଗତ ସେନା ନିଯୁକ୍ତି ରାଲି ସମ୍ବଲପୁର ଏୟାର ଷ୍ଟ୍ରିପ ଠାରେ ଅନୁଷ୍ଠିତ ହେବ l ଏଥି ନିମନ୍ତେ ପ୍ରାର୍ଥୀ ଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ଆଣ୍ଟି କୋଭିଡ ବାଧ୍ୟତା ମୂଳକ ରହିଥିବା ବେଳେ ପ୍ରାର୍ଥୀ ଜଏନ ଇଣ୍ଡିଆନ୍ ଆର୍ମି ୱେବସାଇଟ୍ www.joinindianarmy.nic.in ରେ ପ୍ରକାଶିତ ରାଲି ବିଜ୍ଞପ୍ତି କୁ ଯାଇ ଆବେଦନ ସଂକ୍ରାତୀୟ ସମସ୍ତ ତଥ୍ୟ ହାସଲ କରିବା ସହିତ ଅନ ଲାଇନ ଆବେଦନ କରିପାରିବେ  | ଅନଲାଇନ୍ ପଞ୍ଜୀକରଣ ବାଧ୍ୟତା ମୂଳକ ରହିଥିବା ବେଳେ ଆବେଦନ ପାଇଁ ତା 0୫ ଜୁଲାଇ ୨0୨୨ ରୁ ୩ ଅଗଷ୍ଟ ୨0୨୨ ପର୍ଯ୍ୟନ୍ତ ପ୍ରାର୍ଥୀ ଙ୍କ ନିମନ୍ତେ ଖୋଲା ଅଛି। ରାଲି ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ପଞ୍ଜୀକୃତ ଇ-ମେଲ ମାଧ୍ୟମରେ ପ୍ରାର୍ଥୀଙ୍କୁ ଆଡମିଟ୍ କାର୍ଡ ପ୍ରେରଣ କରାଯିବ ବୋଲି ସମ୍ବଲପୁର ସେନା ନିଯୁକ୍ତି କାର୍ଯ୍ୟାଳୟ ତରଫରୁ  ସୂଚୀତ କରାଯାଇଛି l ଏହି ସେନା ନିଯୁକ୍ତି ରାଲିରେ ଜିଲ୍ଲାର ଅଧିକ ରୁ ଅଧିକ ଯୋଗ୍ୟ ପ୍ରାର୍ଥୀ ଭାଗ ନେବା ପାଇଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଅନୁରୋଧ କରାଯାଇଛି l

Leave A Reply

Your email address will not be published.