ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସଦ୍ଭାବନା ଦିବସ ଅବସରରେ ଶପଥ ପାଠ

0

ଭୁବନେଶ୍ୱର :  ଭୂତପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମଦିବସ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସଦ୍ଭାବନା ଦିବସର ଶପଥ ପାଠ କରାଯାଇଛିା ଏହି ଉପଲକ୍ଷେ  ସୂଚନା ଓ ଲୋକସଂପର୍କ ବିଭାଗ କାର୍ଯ୍ୟଳୟ ପରିସରରେ ଅତିରିକ୍ତ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ଶ୍ରୀ ନିରଞ୍ଜନ ସେଠୀ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲୋ ଉପନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକି ପ୍ରାରମ୍ଭିକ ସୂଚନା ଦେଇ କହିଲେ ଯେ ଜାତୀୟ ସଂହତି ରକ୍ଷା କରିବା ଏବଂ ସମସ୍ତ ଧର୍ମାବଲମ୍ବୀ, ଭାଷାଭାଷୀ ଓ ବିଭିନ୍ନ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ସଂପ୍ରଦାୟିକ ସଦ୍ଭାବ ବଜାୟ ରଖିବା  ଏହି ଦିବସ ପାଳନର ମୂଳ ଲକ୍ଷ୍ୟା ହିଂସାକୁ ପରିହାର କରି ସମସ୍ତଙ୍କ ମଧ୍ୟରେ ସଦ୍ଭାବନା ପ୍ରତିଷ୍ଠା ଉଦ୍ଦେଶ୍ୟରେ ଶପଥପାଠ କରିବା ପାଇଁ ସେ କହିଥିଲୋ ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ଶାସନ ସଚିବ ଶ୍ରୀ ମନୋଜ କୁମାର ମହାନ୍ତି, ଉପଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାରଣା, ବିଭାଗୀୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠ କରିଥିଲୋ 

Leave A Reply

Your email address will not be published.