ଢୋଲବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସ୍କୁଲ ଗେଟ୍ ରେ ତାଲା ଦେଲେ ଗ୍ରାମବାସୀ

0

ପଦ୍ମପୁର :ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସର୍ଗିବାହାଲ ପଞ୍ଚାୟତ ଅଧିନସ୍ଥ ଢୋଲବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ର ଛାତ୍ରୀ ଉଭେୟେ ମିଶି ପାଠ ପଢନ୍ତି। କିନ୍ତୁ ଦୁଃଖର ଏବଂ ପରିତାପର ବିଷୟ ଏହି ଯେ, ସମୁଦାୟ ଆଠ ଟି ଶ୍ରେଣୀ ସକାଶେ ମାତ୍ର ୪ ଜଣ ଶିକ୍ଷକ।ପାଠ ପଢା କେମିତି ହେଉଥିବ ତାହା ଆପଣ ମାନେ ଆକଳନ କରନ୍ତୁ । ଏ ପଟେ ସରକାର ଙ୍କ ମାଳମାଳ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ, କେଉଁଠି ଜଣେ ଶିକ୍ଷକରେ ଶିକ୍ଷାଦାନ ଚାଲିଛି ତ ଆଉ କେଉଁଠି ସ୍କୁଲ ମାନଙ୍କରେ ଶିକ୍ଷକ ଅଭାବ । ଏ ପରି ପରିସ୍ଥିତି ରେ ପିଲାଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତିକରୁଛି । ଶିକ୍ଷକ ଅଭାବ ସମ୍ପର୍କରେ ପଦ୍ମପୁର ବିଇଓ କାର୍ଯ୍ୟାଳୟ କୁ ଗ୍ରାମବାସୀ ମାନେ ଯାଇ ବିଇଓ ମହାଶୟ ଙ୍କୁ ଶିକ୍ଷକ ଅଭାବ ବିଷୟରେ ଅବଗତ କଲାପରେ ଜଣେ ଶିକ୍ଷକ ଦେଇଥିଲେ ସତ ହେଲେ ଶିକ୍ଷକ ଜଣକ ଦୁଇ ତିନି ଦିନ ଆସିଲାପରେ, ପୁଣି ତାଙ୍କୁ ଅନ୍ୟତ୍ର କାହିଁକି ବଦଳି କରିଦିଆଯାଇଛି । ଗ୍ରାମବାସୀ ନୟାନ୍ତ ହୋଇ ଶେଷରେ ଆଜି ସ୍କୁଲ ଗେଟ୍ ରେ ତାଲା ମାରିଥିଲେ ଯାହା ଫଳରେ ଆଜି ସ୍କୁଲ ବନ୍ଦ ଥିଲା। କିନ୍ତୁ ଏସବୁ ସତ୍ତ୍ୱେ ପଦ୍ମପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କେହି ମଧ୍ୟ ଆସିନଥିଲେ। ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି କହିଛନ୍ତି ଢୋଲବନ୍ଧ ଗ୍ରାମବାସୀ।

Leave A Reply

Your email address will not be published.