(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ମାହାଙ୍ଗା ବିଜେପି ଯୁବନେତା ଶାରଦା ପ୍ରଧାନ ଙ୍କ ନିର୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ବିଜେପି ପକ୍ଷରୁ କଂଗ୍ରେସ ର ମୁଖପାତ୍ର ଅଜୟ କୁମାର ଙ୍କ ଏନଡିଏ ରାଷ୍ଟ୍ରପ୍ରତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଙ୍କ ପ୍ରତି ଦେଇଥିବା ବିବାଦୀୟ ମନ୍ତବ୍ୟ କୁ ତୀବ୍ର ବିରୋଧ କରାଯାଇଛି । ବିଜେପି ନେତା ଶ୍ରୀ ପ୍ରଧାନଙ୍କ ନିର୍ଦେଶ କ୍ରମେ ବିଜେପି ନେତୃବୃନ୍ଦ ନିଶ୍ଚିନ୍ତକୋଇଲି ବ୍ଲକ ଛକ ଠାରେ କଂଗ୍ରେସ ନେତା ଅଜୟ କୁମାର ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ବିଜେପି ଯୁବ ମୋର୍ଚା ଜିଲ୍ଲା ସମ୍ପାଦକ ଦେବ ଦତ୍ତ କର ଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି କୈଳାସ ବେହେରା, ଅଶୋକ ସାହୁ, ଜିଲ୍ଲା ପ୍ରତିନିଧି ହେମନ୍ତ ରାଉତ, ସମିତି ସଭ୍ୟ ଭବାନୀ ବେହେରା, ସନ୍ତୋଷ କାପ, ରାକେଶ ସେଠି, ହରମୋହନ ପଣ୍ଡା, ପ୍ରମୋଦ ସ୍ୱାଇଁ, ମନମୋହନ ସେଠି, ସରୋଜ ଦାଶ, କ୍ଷୀରୋଦ ପାତ୍ର ଙ୍କ ସମେତ ବହୁ ବିଜେପି କର୍ମୀମାନେ ଯୋଗଦାନ କରି ଏକ ଶୋଭା ଯାତ୍ରା ରେ କଂଗ୍ରେସ ର ଏଭଳି ବିବାଦୀୟ ମନ୍ତବ୍ୟକୁ କଡା ସମାଲୋଚନା କରିବା ସହ ବିଭିନ୍ନ ନାରାବାଜି ଦେଇଥିଲେ । ତେବେ ଆମ ଓଡ଼ିଶା ପାଇଁ ଗର୍ବ ଓଡ଼ିଆ ଆଦିବାସୀ ମହିଳା ତଥା ଏନଡିଏ ରାଷ୍ଟ୍ରପ୍ରତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଙ୍କ ପ୍ରତି କଂଗ୍ରେସ ଦେଇଥିବା ଏଭଳି ବିବାଦୀୟ ବୟାନ କୁ ବିଜେପି ପକ୍ଷରୁ ଦୃଢ଼ ନିନ୍ଧା କରାଯାଇଛି । ଏପରିକି ବିଜେପି କର୍ମୀମାନେ କଂଗ୍ରେସ ନେତା ଅଜୟ କୁମାର ଙ୍କ ଏଭଳି ମନ୍ତବ୍ୟକୁ ଓଡ଼ିଆ ବିରୋଧୀ କଂଗ୍ରେସ ବୋଲି କହିବା ସହ କଂଗ୍ରେସ ନେତାଙ୍କ କୁଶ ପୁତଳିକା ଦାହ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post