ଭିଜିଲାନ୍ସ ହାତରେ ଗିରଫ ହେଲେ ଉମରକୋଟ ଅତିରିକ୍ତ ଥାନା ଅଧିକାରୀ

0

ଉମରକୋଟ/ଜିତେନ୍ଦ୍ର ମହାନ୍ତି: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟ ରେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଉମରକୋଟ ଥାନା ର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ। ଗୋଟିଏ ପୁରୁଣା କେସ କୁ କୋହଳ କରିବାକୁ ଜଣେ ବ୍ୟକ୍ତି ଙ୍କ ଠାରୁ ନେଉଥିଲେ ଲାଞ୍ଚ। ଟଙ୍କା ନେଇ ଦଉଡ଼ି ଚାଲି ଯାଉଥିବା ସମୟ ରେ ରାତି ୧୧ ଟା ସମୟ ରେ ଲିମରାଜ ପ୍ରଧାନ ଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ଭିଜିଲାନ୍ସ ଅଧିକାରୀ । ନବରଙ୍ଗପୁର ଭିଜିଲାନ୍ସ ବିଭାଗ ନେତୃତ୍ୱ ରେ ମାଲକାନଗିରି ଭିଜିଲାନ୍ସ ବିଭାଗ ର ମିଳିତ ଭାବରେ ନଳିନୀ କାନ୍ତ ନାୟକ ଙ୍କ ଅଭିଯୋଗ କ୍ରମେ ଥାନା ନିକଟ ରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟ ରେ ପ୍ରଧାନ ଙ୍କୁ କାବୁ କରୁଥିବା ସମୟ ରେ ଭିଜିଲାନ୍ସ କୁ ଚକମା ଦେଇ ପ୍ରଧାନ ଦୌଡ଼ି ଦୌଡ଼ି ଖସି ଯିବାକୁ ଉଦ୍ୟମ କରିଥିଲେ । ଏହି ସମୟ ରେ ମାଲକାନଗିରି ଭିଜିଲାନ୍ସ ଡି ଏସ ପି ସୁଶାନ୍ତ କୁମାର ବିଶ୍ଵାଳ ତାଙ୍କୁ ଗୋଡେଇ କିଛି ସମୟ ର ଧସ୍ତା ଧସ୍ତି ପରେ କାବୁ କରିବାରେ ସଫଳ ହେଲେ ଭିଜିଲାନ୍ସ ଟିମ୍ । ଏହି ଟିମ୍ ରେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗ ର ୧୪ ଜଣିଆ ଏକ ଟିମ୍ ସାମିଲ ରହୁଥିଲେ । ବର୍ତମାନ ପ୍ରଧାନ ଙ୍କୁ ଗିରଫ କରି ନବରଙ୍ଗପୁର ନିଆ ଯାଇଛି । ଏବଂ କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତ ହେଉଛି । କିଛି ଦିନ ପୂର୍ବରୁ ଲିମରାଜ ପ୍ରଧାନ ଖାତୀଗୁଡ଼ା ଥାନାକୁ ବଦଳି ହୋଇଥିଲା ।

Leave A Reply

Your email address will not be published.