କେରଳ ବନ୍ୟାବିପନ୍ନ ଓଡ଼ିଆ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା

0

ଭୁବନେଶ୍ୱର,: କେରଳ ବନ୍ୟାରେ ବିପନ୍ନ ଓଡ଼ିଆମାନଙ୍କ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଛିା ଏଥି ନିମନ୍ତେ ଗୋଚିଭାଲି-ଭୁବନେଶ୍ୱର ନଂ-୦୬୩୩୬ରେ ୨ଟି ସ୍ପେଶାଲ କୋଚ ଏବଂ ତି୍ରଭେନ୍ଦ୍ର-ଗୌହାଟି ଟ୍ରେନ୍ ନଂ-୦୨୫୧୫ରେ ଗୋଟିଏ ସ୍ପେଶାଲ କୋଚର ବ୍ୟବସ୍ଥା କରାଯାଇଛିା ରାଜ୍ୟ ଶ୍ରମ କମିଶନରଙ୍କ ନେତୃତ୍ୱରେ ଶ୍ରୀ ପି.କେ. ମହାପାତ୍ର, ସହକାରୀ ଲେବର କମିଶନର ସହାୟତା ପାଇଁ ତି୍ରଭେନ୍ଦ୍ରମ ଦାୟିତ୍ୱରେ ଥିବାବେଳେ ଡ. ବି.ବି. ଆଚାର୍ଯ୍ୟ ଏରନାକୁଲମ୍ ଦାୟିତ୍ୱରେ ଅଛନ୍ତିା କେରଳର ଓଡ଼ିଆ ସମାଜର କର୍ମକର୍ତ୍ତାପ୍ରମୁଖ ସହାୟତା କରୁଛନ୍ତି ବୋଲି ରାଜ୍ୟ ଶ୍ରମ କମିଶନରଙ୍କ ସୂତ୍ରରୁ ଜଣାପଡିଛି |

Leave A Reply

Your email address will not be published.