” ସାମାଜିକ, ରାଜନୈତିକ, ବିଚାରବୋଧ ସବୁବେଳେ ସମସ୍ତଙ୍କର ନିମନ୍ତେ ସମନ୍ୱୟର କାରଣ ହେବା ଜରୁରୀ”

0

ଯୁଧିଷ୍ଠିର ମିଶ୍ର ସ୍ମାରକୀ ବକ୍ରୃତା  -୨୦୧୮

ବଲାଙ୍ଗିର(ନିରୋଜ ମିଶ୍ର) – ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ତଥା ବଲାଙ୍ଗିରର ଅନ୍ୟତମ ବିଶିଷ୍ଟ ଶିକ୍ଷା ସଂଗଠକ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ୧୦୪ ତମ ଜୟନ୍ତୀ ପାଳନ ଅବସରରେ ‘ସାମ୍ପ୍ରତିକ ଅରାଜକତା ପରିପ୍ରେକ୍ଷୀରେ ସମନ୍ୱୟର ଅନ୍ୱେଷଣ’ ସ୍ମାରକୀ ବକ୍ରୃତା ଯୁଧିଷ୍ଠିର ମିଶ୍ର ସ୍ମୃତି ସମିତି ତରଫରୁ ଅନୁଷ୍ଠିତ  ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଝଳି ଅର୍ପଣ କରାଯାଇଥିଲା । ପ୍ରଫେସର ମଧୁସୂଦନ ପତିଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ଏହି ସ୍ମାରକୀ ବକ୍ରୃତାରେ   ସ୍ତମ୍ଭକାର ତଥା ପ୍ରାକ୍ତନ ଅଧ୍ୟକ୍ଷ ଇନକମ ଟ୍ୟାକ୍ସ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ଆଲୋଚକ ଭାବେ ଯୋଗ ଦେଇ ସାମାଜିକ, ରାଜନୈତିକ, ବିଚାରବୋଧ ସବୁବେଳେ ସମସ୍ତଙ୍କର ନିମନ୍ତେ ସମନ୍ୱୟର କାରଣ ହେବା ଜରୁରୀ । ବିିକାଶ, ବିକାଶଶୀଳ ଓ ବିକାଶୋନ୍ମୁଖୀର ଦୌଡରେ ଆମେ କ୍ରମଶଃ ଏକ ବେମୁରବୀର ସମୟରେ ପହଞ୍ଚôଛୁଁ । ତେଣୁ ସମୟ ସହ ବିଚାର ଧାରାକୁ ବଦଳାଇ ଏକ ସମନ୍ୱୟ ଦୃଷ୍ଟିକୋଣକୁ ଆଣିବାକୁ ପଡିବ ତେବେ ଯାଇ ଆମେ ଆମର ବହୁମୁଖୀ ସମାଜ, ଏକ ନୂତନ ଦିଗବଳୟକୁ ଛୁଇଁ ପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଭାଗବତ ପ୍ରସାଦ ନନ୍ଦ ଯୋଗ ଦେଇ ବଲାଙ୍ଗିର ଛତାମଖନା ଭଳି ଏକ ସ୍ଥାନରେ ଜନ୍ମ ଗ୍ରହଣ କରିଥିବା ଯୁଧିଷ୍ଠିର ମିଶ୍ର ଥିଲେ ଜଣେ ଲଢୁଆ ବ୍ୟକ୍ତି । ୧୯୩୮ ମସିହାରେ ରେଭେନ୍ସା କଲେଜରେ ଜାତୀୟ ପତାକା ଉତ୍ତୋଳନ କରି ଚହଳ ସୃଷ୍ଟି କରିଥିଲେ । ସମ୍ବିଧାନ ସଭାର ସଦସ୍ୟ ଭାବେ ମନୋନୀତ ହେବା ପରେ ଆଦିବାସୀଙ୍କ କଥା ଉଠାଇ ସେମାନଙ୍କର ଅଧିକାର କଥା କହିଥିଲେ । ଶିକ୍ଷାନୁଷ୍ଠାନ  ଗୁଡିକ ସହ ଯୋଡି ହୋଇ ଏକ ଶିକ୍ଷିତ ସମାଜ ଗଠନ କରିବାକୁ ଚାହୁଁଥିଲେ । ସଭାପତିତ୍ୱ ଅଭିଭାଷଣରେ ପ୍ରଫେସର ପତି ସମାଜରେ ଯୁଧିଷ୍ଠିର ମିଶ୍ରଙ୍କ ଭଳି ବ୍ୟକ୍ତିଙ୍କୁ ସ୍ମରଣ କରି ତାଙ୍କ ପଦାଙ୍କ ଅନୁସରଣ କଲେ ସମାଜ ସଂସ୍କୃତି ସମ୍ପନ୍ନ ହେବା ସହ ସଭ୍ୟ ହୋଇ ପାରିବ । କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ସାମ୍ବାଦିକ ବିରେନ୍ଦ୍ର କୁମାର ଝାଙ୍କର ଦେଇଥିବା ବେଳେ ଧନ୍ୟବାଦ ଦେଇଥିଲେ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ । କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ବୁଦ୍ଧିଜୀବି, ସମାଜସେବୀ, ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଏବଂ ବହୁ ସଂଖ୍ୟାରେ ବିଦ୍ୟାର୍ଥି ଉପସ୍ଥିତ ଥିଲେ । 

 

 

 

 

Leave A Reply

Your email address will not be published.