ନିର୍ବାଚନ ପାଇଁ ପାରଳାଖେମୁଣ୍ଡିରେ ପହଞ୍ଚିଲା ୨୬୨୦ଟି ବେଲଟ ଓ କଣ୍ଟ୍ରୋଲ ୟୁନିଟ ବକ୍ସ 

0

 କଣ୍ଟ୍ରୋଲକକ୍ଷ ଖୋଲାଯାଇ କଡା ସୁରକ୍ଷା ମଧ୍ୟରେ ରଖାଗଲା ନିୟନ୍ତ୍ରିତ ବଜାର କମିଟିର ଏକ ଗୋଦାମ ଗୃହରେ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନ (ପାରଳାଖେମୁଣ୍ଡି-ମୋହନା ନିର୍ବାଚନ ମଣ୍ଡଳୀ) ଅବସରରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାରିଗୋଟି କେଣ୍ଟର ଟ୍ରକ ଯୋଗେ ପାରଳାଖେମୁଣ୍ଡି ଠାରେ ପହଞ୍ଚିଛି । ୨୬୨୦ଟି ବେଲଟ ଓ କଣ୍ଟ୍ରୋଲ ୟୁନିଟ ବକ୍ସ  ଯାହାକି ଶତାଧିକ ବଡ ବଡ ଟିଣ ବକ୍ସ  ହୋଇ ସେଥିରେ ଥିବା ୧୩୧୦ଗୋଟି ବେଲଟ,୧୩୧୦ଗୋଟି କଣ୍ଟ୍ରୋଲ ୟୁନିଟ ବକ୍ସ   । ୪ଗୋଟି କେଣ୍ଟର ଟ୍ରକ ଯୋଗେ ଏହି ସବୁ ବକ୍ସ ଗୁଡିକୁ ଉତ୍ତର ପ୍ରଦେଶ ରାଜ୍ୟର ଗୋରଖପୁରରୁ ମଥୁରାକୁ ସୁରକ୍ଷିତ ଭାବେ ଆସି ଏଠାରେ ପହଞ୍ଚିଥିବା ଉପଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାଇଯାଇଛି । ବକ୍ସ  ଗୁଡିକ ପହଞ୍ଚିବା ପରେ ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟିର ଏକ ଗୋଦାମ ଗୃହରେ କଣ୍ଟ୍ରୋଲକକ୍ଷ ଖୋଲାଯାଇ ସୁରକ୍ଷିତ ଭାବେ ରଖାଯାଇଛି । ବକ୍ସ ଗୁଡିକ ଟ୍ରକ ଯୋଗେ ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ଜିଲ୍ଲାପାଳ ଅନୁପମ  ଶାହାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ବହୁସଂଖ୍ୟାରେ ଉପସ୍ଥିତ ଜିଲ୍ଲା ପ୍ରଶାସନିକ ଅଧିକାରୀ,ବିଭିନ୍ନ ରାଜନୈତିକ ଦଳର ଜିଲ୍ଲା ସଭାପତି ଏବଂ ବିଭିନ୍ନ ଗଣମାଧ୍ୟମମାନଙ୍କ ଗ୍ରହଣରେ ଟ୍ରକରୁ ବକ୍ସ  ଗୁଡିକ ଅଣାଯାଇ ଏବଂ ବକ୍ସ ଭିତର ସବୁ ଯାଞ୍ଚ କରାଯାଇ କଡା ହେପାଜତ ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ରଖାଯାଇଥିଲା । ଜିଲ୍ଲାପାଳ ଷ୍ଟ୍ରଙ୍ଗରୁମ ସମ୍ପୁର୍ଣ୍ଣଭାବେ ଅନୁଧ୍ୟାନ କରି ଦାୟୀତ୍ୱରେ ଥିବା ପ୍ରଶାସନ ଅଧିକାରୀମାନଙ୍କ ସହ ସୁରକ୍ଷିତ ଓ ପ୍ରହରା ସମ୍ପର୍କିତ ବିସ୍ତୁତ ଆଲୋଚନା କରିଥିଲେ । ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ  ମୁଖ୍ୟତଃ ଭାବେ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କରକରା, ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ,ନିର୍ବାଚନ ବିଭାଗ ଡେପୁଟି କଲେକ୍‍ଟର ଅଚ୍ୟୁତାନନ୍ଦ ଜାନୀ, ତହସିଲଦାର କେଦାର ନାଥ ଭୋଇ ଏବଂ ଗୋଷାଣୀ ବିଡିଓ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

 

 

Leave A Reply

Your email address will not be published.