ୟୁନାଇଟେଡ଼ ପ୍ରେସ କ୍ଲବ ତରପରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଅଶ୍ରୁଳ  ଶ୍ରଦ୍ଧାଞ୍ଜଳି

0

 ଯାଜପୁର ରୋଡ଼/ବିଶ୍ୱଜିତ ମାଝୀ. :  ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ୟୁନାଇଟେଡ଼ ପ୍ରେସ କ୍ଲବ ପକ୍ଷରୁ ଏକ ଶୋକ ସଭା ପାଳିତ ହୋଇଯାଇଛି। ଏହି ସଭାରେ ଅଟଳଜୀଙ୍କ ରାଜନୈତିକ ଜୀବନ ମଧ୍ୟରେ ତାଙ୍କର ବୀରତ୍ବ ସମ୍ପର୍କରେ ଆଲୋଚନା କାରାଯାଇଥିଲା । ସେ ଥିଲେ ଜଣେ ଉଚ୍ଚକୋଟୀର ଜନନାୟକ ଓ ଦଳମତଠାରୁ ସେ ଉର୍ଦ୍ଧରେ ରହି ରାଜନୀତି କରୁଥିଲେ । ଏହି ଜନନାୟକ ତଥା ଯୁଗପୁରୁଷଙ୍କ ପାଇଁ ଖାଲି ଭାରତ ନୁହେଁ ସାରା ବିଶ୍ୱ ଆଜି ସ୍ତଗ୍ଧ ହୋଇଯାଇଛି । ସେ ଜଣେ ବାକ୍ୟ ବୀର ନଥିଲେ କର୍ମବୀର ଥିଲେ ସଭାକୁ ପରିଚାଳନା କରିଥିଲେ ୟୁନାଇଟେଡ଼ ପ୍ରେସ କ୍ଲବ ର ସମ୍ପାଦକ ଜୟଶଙ୍କର  ଦାସ । ଏହି ସଭାରେ ୟୁନାଇଟେଡ଼ ପ୍ରେସ କ୍ଲବର ସମସ୍ତ ସଦସ୍ୟ କ୍ୟାଣ୍ଡେଲ ପ୍ରଜ୍ଵଳନ କରାଯାଇ ପାଞ୍ଚ ମିନଟ ନିରବ ପ୍ରାଥନା କରାଯାଇ ତାଙ୍କ ଅମର ଆତ୍ମାରସଦ୍ଗତି  କାମନା କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭା ରେ  ୟୁନାଇଟେଡ଼ ପ୍ରେସ କ୍ଲବ ର ସଭାପତି ଚନ୍ଦ୍ରମଣି ପାତ୍ର  ସମ୍ପାଦକ ଜୟଙ୍କର ଦାସ, ସୁବାସ ଚନ୍ଦ୍ର ନାୟକ, ଚିତ୍ତରଞ୍ଜନ ନାୟକ,ପ୍ରଫୁଲ କୁମାର ସାହୁ, ଲଭଲି ସାହୁ ସନାତନ ମହାନ୍ତ ଶ୍ରୀକାନ୍ତ ଆଇଚ ଦୟାନିଧି ମହାନ୍ତ ସୁଭ୍ରାଂଶୁ ଦାସ ସନ୍ତୋଷ ମଲ୍ଲିକ ଶେଖର ପ୍ରସାଦ ଦାସ ବିଶ୍ୱଜିତ ମାଝୀ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.