ଜନ ସତ୍ୟାଗ୍ରହ ସରିଲା , ଏଥର ବ୍ୟକ୍ତି ସତ୍ୟାଗ୍ରହ 

0

ବ୍ୟାସନଗରରୁ ସୁବାଷ ଚନ୍ଦ୍ର ନାୟକ: ଯାଜପୁର ଜିଲ୍ଲାର ପାଣି କୋଇଲିଠାରେ ମେଡ଼ିକାଲ କଲେଜ ଓ ସୁପର ସ୍ପେସାଲିଟି ହସ୍ପିଟାଲ,କଳିଙ୍ଗନଗର କଳକାରଖାନାରେ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି, ଭୁମିହୀନ ମାନଙ୍କୁ ଜମି ଓ ବାସହୀନଙ୍କୁ ଗୃହ , ପୁଷ୍ପଗିରି ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ,ଚଣ୍ଡିଖୋଲ ଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଅଶୋଧିତ ତୈଳ ବିଶୋଧନାଗାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଆଦି  ପାଞ୍ଚଦଫା ଦାବିନେଇ ଯାଜପୁର ଏକତାମଞ୍ଚ କ୍ରାନ୍ତି ଦିବସରୁ ଚଳାଇଥିବା ଜନ ସତ୍ୟାଗ୍ରହ ସ୍ୱାଧିନତା ଦିବସରେ ଉଦ୍ୟାପିତ ହୋଇଥିଲା । ଦିର୍ଘ ୭ଦିନ ଧରି ଚାଲିଥିବା ଏହି ସତ୍ୟାଗ୍ରହକୁ ଜିଲ୍ଲାତଥା ରାଜ୍ୟର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଆସି ବିପୁଳ ସମର୍ଥନ ଦେଇଛନ୍ତି । କିନ୍ତୁ ଜିଲ୍ଲାର କୈାଣସି ନିର୍ବାଚିତ ବିଧାୟକ ବା ସରକାରୀ ପଦଧିକାରୀ ନ ଆସିବା ପରିତାପର ବିଷୟ । ଏଣୁ ଏକତାମଞ୍ଚ ଏହି ସତ୍ୟାଗ୍ରହକୁ ବ୍ୟକ୍ତି ସତ୍ୟାଗ୍ରହ ରୁପେ  ସ୍ୱାଧିନତାଦିବସରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଗଢ଼ି ତୋଳିବାକୁ ନିଷ୍ପତି ନେଇଛି । ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ଏହି ପାଞ୍ଚଦଫା ଦାବି ଯଥାର୍ଥବୋଲି  ସତ୍ୟାଗ୍ରହୀ ମାନେ ଏକ ସ୍ୱରରେ କହିଥିଲେ । ଏଣୁ ମଞ୍ଚ ଏହି ବାର୍ତ୍ତାକୁ ଜିଲ୍ଲାର ଘରେ ଘରେ ପହଞ୍ଚାଇବା ଲକ୍ଷରେ ପ୍ରତ୍ୟକ ବ୍ୟକ୍ତି କୁ ତାର ସାମାଜିକ ଦାୟିତ୍ୱ ପାଳନ କରିବାପାଇଁ ବ୍ୟକ୍ତିଗତ ସତ୍ୟାଗ୍ରହୀ ହେବାର ଆବଶ୍ୟକତା ରହିଛି ବୋଲି ଏକତା ମଞ୍ଚର ମୁଖ୍ୟ ଉପଦେଷ୍ଟା  ତଥାଜାତୀୟ ମାନବାଧିକାର କମିଶନ ମନୋଜ ଜେନା ମତବ୍ୟକ୍ତ କରିଥିଲେ । ଏକତାମଞ୍ଚର ସଭାପତି ମାୟାଧର ମଲ୍ଲିକ ଜନ ସତ୍ୟାଗ୍ରହ ପ୍ରସ୍ତାବକୁ ନେଇ ଜିଲ୍ଲାର ବିଭିନ୍ନ ନିର୍ବାଚିତ ପ୍ରତିନିଧି ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ସମ୍ପର୍କରେ ଅବଗତ କରାଯିବ ବୋଲି  କହିଥିଲେ । ବୈଠକ ସଚେତନତା କାର୍ଯ୍ୟକ୍ରମ ପୋଷ୍ଟକାଡର଼୍ ଓ ସାମାଜିକ ଗଣମାଧ୍ୟମ ଦ୍ୱାରା ବହୁଳ ପ୍ରଚାର ଓ ପ୍ରସାର କରାଯାଇ ଏହି ଆନେ୍ଦାଳନକୁ ଆହୁରି ଦୁର୍ବାର କରାଯିବ ବୋଲି ଏକତା ମଞ୍ଚର ସମ୍ପାଦକ ଅମୀୟ କୁମାର ଜେନା କହିଥିଲେ । ଗାନ୍ଧୀ ଜୟନ୍ତୀ ପରେ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ପୁଣି ନିଷ୍ପତି ନିଆଯିବ ବୋଲି ଏକତା ମଞ୍ଚ ସ୍ପଷ୍ଟୋକ୍ତି କରିଥିଲା । ସାମ୍ବାଦିକ ସମ୍ମିଳନୀ ପୁର୍ବରୁ ମୁଖ୍ୟ ଉପଦେଷ୍ଟା ମନୋଜ ଜେନାଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପରେ ପରେ ଏକ ପଦଯାତ୍ରା ମାଧ୍ୟମରେ ସହର ପରିକ୍ରମା କରାଯାଇ ଶଙ୍ଖଚିଲାସ୍ଥ ମା’ ହିଙ୍ଗୁଳା ପୀଠରେ ଶୋଭାଯାତ୍ରା ପହଁଚି କାର୍ଯ୍ୟକ୍ରମ ସମାପନ କରାଯାଇଥିଲା । ଏହି ଉଦ୍ୟାପନ କାର୍ଯ୍ୟକ୍ରମର ଏକତା ମଞ୍ଚର ବରିଷ୍ଠ ସଦସ୍ୟ ,ଗୁଣନିଧି ଗୁରୁ , ବ୍ରଜେଶ୍ୱରୀ ସିଂ,ସର୍ବେଶ୍ୱର ବେହୁରା,ଜୟନ୍ତୀ ଜେନା, ଯୁଗଳ ମିଶ୍ର,ଭୁବନମୋହନ ମହାନ୍ତି,ବିକାଶ ଦାଶ,କେଦାର ବିଶ୍ୱାଳ,ଲତାଞ୍ଜଳୀ ମହାନ୍ତି, ଦିପକ ଦାସ,ମଣିନାଥ ମଲ୍ଲିକ,ପ୍ରସନ୍ନ ସ୍ୱାଇଁ,ସଞ୍ଜୟ ରାଉତ ,ମଦନ ମୋହନ ବେହେରା,ପରିକ୍ଷିତ ମଲ୍ଲିକ,ଜିତେନ୍ଦ୍ର ଖଣ୍ଡାଇ, ବିଜୁଦାସ ପ୍ରମୁଖ ଯୋଗ ଦେଇଥିଲେ ।    

 

 

 

 

 

 

Leave A Reply

Your email address will not be published.