ଉମରକୋଟ/ ଜିତେନ୍ଦ୍ର ମହାନ୍ତି –ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିବର୍ଷ ଜୁନ ୧୯ ତାରିଖରେ ପ୍ରାକୃତିକ ବିପର୍ଯ୍ୟୟ ଓ ତାହାର ମୁକାବିଲା ପରିଚାଳନା ବିଷୟରେ ଏକ ମୋକ ଡ୍ରିଲ ଅଭ୍ୟାସ କରାଯାଇଥିଲା। ଆଜି ନବରଙ୍ଗପୁର ଜିଲ୍ଲା ଜିଲ୍ଲାର ଉମରକୋଟ ପୈାର ପରିଷଦର ଡିଏନକେ ଠାରେ ଥିବା ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ ରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ସଫଳ ମୁକାବିଲା କିପରି କରାଯାଇପାରିବ, ବ୍ଲକ ସ୍ତରୀୟ ଅଭ୍ୟାସ ପ୍ରସ୍ତୁତି (mockdrill) ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନବରଙ୍ଗପୁରର ଏପିଡି ଦେବୀପ୍ରସାଦ ଟାଲି ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟର ଜିବନକୁ କିପରି ସୁରକ୍ଷିତ ରଖି ପାରିବେ, ତାର କୌଶଳ ଉପସ୍ଥିତ ଥିବା ସମସ୍ତ ଜନସାଧାରଣ ଙ୍କୁ ବୁଝାଇଥିଲେ।ବିପର୍ଯ୍ୟୟ ସମୟରେ କେତେବେଳେ କେଉଁ କୌଶଳ ଅବଲମ୍ବନ କରିବେ ପ୍ରଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହିମାଚଳ ମାଝୀ, ତହସିଲଦାର ଏନ୍ ଜଗତ ଜୀବନ,ସିଡିପିଓ ,କାର୍ଯ୍ୟ ନିର୍ବାହ ଅଧିକାରୀ ରାମଚନ୍ଦ୍ର ମାଝୀ, ପୌରାଧ୍ୟକ୍ଷା ରାଧା ଭତ୍ରା, ବାତ୍ୟା ଆଶ୍ରୟସ୍ଥଳୀ ର କୋଷାଧ୍ୟକ୍ଷ କୁନା ସାହୁ, ବନବିଭାଗ କର୍ମଚାରୀ, ଅଗ୍ନିଶମ ବିଭାଗ କର୍ମଚାରୀ, ମେଡିକାଲ କର୍ମଚାରୀ, ବିଭିନ୍ନ ୱାର୍ଡର କାଉନସିଲର ,ଶିକ୍ଷକ, ଶିକ୍ଷୟିତ୍ରୀ,ନର୍ସ,ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସ୍ଵେଚ୍ଛାସେବୀ ସଂଗଠନ,ଏନ୍ ସି ସି,ସ୍କାଉଟ, ପୌର ପରିଷଦ ର ସମସ୍ତ କର୍ମଚାରୀ, ଆମ୍ବୁଲାନ୍ସ କର୍ମଚାରୀ ଓ ସ୍କୁଲ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post