କାଶୀପୁର /ବୈକୁଣ୍ଠ ଦୁରିଆ: ଗତ ଏପ୍ରିଲ ମାସ26 ତାରିଖରେ ଜମି ହଡ଼ପ ଅଭିଯୋଗ ରେଜମି କ୍ରେତାଙ୍କ ଦୋକାନ ଆଗରେଶାଶୁ ଙ୍କଶବ ରଖି ଧାରଣା ଦେଇ ଥିଲେଜଣେ ବିଧବା ବୋହୂ ।କିନ୍ତୁ ପୁଲିସ,ପ୍ରଶାସନଏଥିରେ ହସ୍ତକ୍ଷେପ କରି ନ୍ୟାୟଦେବାର ପ୍ରତିଶ୍ରୁତିଦେବା ପରେ 30ଘଣ୍ଟାର ଧାରଣା ପ୍ରତ୍ୟାହାର କରିଥିଲେ ବୋହୂ ଭାନୁମତି ନାୟକ । କିନ୍ତୁ ପ୍ରତିଶ୍ରୁତିଅନୁଯାୟୀ ନ୍ୟାୟଦେବାରେପ୍ରଶାସନ ବିଫଳ ହୋଇ ଥିବାରଆଜି ଅଭିଯୋଗ କରିଛନ୍ତି ଭାନୁମତି।କାଶୀପୁର ବ୍ଲକ ଟିକିରି ଗୌଡ଼ ସାହି ର ସ୍ବର୍ଗତ ସୀମାଦ୍ରୀ ନାୟକଙ୍କ ବିଧବା ପତ୍ନୀ ଭାନୁମତି ନାୟକ ସ୍ୱାମୀ ଙ୍କମୃତ୍ୟୁ ପରେ ନିଜ ଭବାନୀ ପାଟଣା ଗ୍ରାମରେ ଅଙ୍ଗନ ୱାଡ଼ି ଭାବେ ନିଯୁକ୍ତି ପାଇଥିଲେ । ଅସହାୟ ଅବସ୍ଥାରେ ବିଧବା ବୃଦ୍ଧା ଶାଶୁ ଏବଂ ଭିନ୍ନକ୍ଷମ ନଣନ୍ଦଘରେ ପଡ଼ି ରହି ଥିବାର ଖବର ପାଇ ଗତ ଦିନରେଶାଶୁ ଏବଂ ନଣନ୍ଦକୁନେଇ ନିଜ ପାଖରେ ରଖି ସେବା ଶ୍ରୁଶୁସା କରୁଥିଲେ। କିନ୍ତୁଗତଏପ୍ରିଲ ମାସ26ରେ ଶାଶୁ ଗେଲମଣିଙ୍କମୃତ୍ୟୁ ହେବାରୁ ସଂସ୍କାର ପାଇଁଶବକୁଭବାନୀ ପାଟଣାଠାରୁ ଟିକିରିଆଣିଥିଲେ ।କିନ୍ତୁ ଶାଶୁଙ୍କ ଘର ଜମିବାଡ଼ିହଡ଼ପ ହୋଇଥିବା ଜାଣିବା ପରେ ଭାନୁମତି ହଡ଼ପ ହୋଇଥିବାନିଜ ଜମିଉପରେହୋଇ ଥିବା ବ୍ଦୋକାନ ଗୋଦାମ ଆଗରେ ଶବ କୁ ରଖି ଧାରଣା ଦେଇଥିଲେ ।ଟିକିରି ଥାନାପୁଲିସଏବଂ କାଶୀପୁର ତହସିଲଦାର ଶରତ ଶବର ଏଥିରେ ହସ୍ତକ୍ଷେପ କରି ବୁଝା ସୁଝା କରିବା ପରେକିଛି ସର୍ତ୍ତ ରେ ଭାନୁମତି ଧାରଣାରୁଉଠି ଶବର ସଂସ୍କାରପାଇଁ ରାଜିହୋଇଥିଲେ । କ୍ରେତା ଜଣକ ଜମି କିଣା ବିକା ର ସମସ୍ତ କାଗଜପତ୍ର 45ଦିନ ମଧ୍ୟରେ ଗ୍ରାମବାସୀ ସହିତସ୍ଥାନୀୟ ପୁଲିସ ଏବଂ ତହସିଲଦାର ଙ୍କଆଗରେଉପସ୍ଥାପିତ କରିବାକୁଏବଂ ସେତିକି ଦିନ ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ଉଭୟ ପକ୍ଷ ମଧ୍ୟରେ ବୁଝା ମଣାହୋଇଥିଲ । କିନ୍ତୁଜମି କ୍ରେତାଏନ ଷଡଙ୍ଗୀଚୁକ୍ତିବଦ୍ଧ ଖିଲାପ କରିଜବର ଦସ୍ତ ଦୋକାନ ଖୋଲି ଥିବା ବେଳେ ପୁଲିସ ପ୍ରଶାସନ ସହଯୋଗ କରୁ ନଥିବାର ଭାନୁମତି ନାୟକ ଆଜିପ୍ରେସ ମିଟ ଜରିଆରେ ଗଣ ମାଧ୍ୟମ କୁଜଣାଇ ଛନ୍ତି ।ନିଜ ପାଖରେ ଶାଶୁ କରିଥିବା ଉଇଲ ନାମା ,ଜମି ପଟ୍ଟା ଏବଂଅନ୍ୟାନ୍ୟକାଗଜପତ୍ର ଥିବା ବେଳେ ଜାଲ କାଗଜପତ୍ର ଜରିଆରେ ନରସିଂହ ଷଡଙ୍ଗୀ ପ୍ରାୟ ପାଞ୍ଚ ଏକର ଜମି ହଡ଼ପ କରି ଥିବାର ଭାନୁମତି ଅଭିଯୋଗ କରିଛନ୍ତି ।ଏହି ଘଟଣାରେନ୍ୟାୟ ପାଇବା ପାଇଁ ଜିଲ୍ଲା ପାଳ ସହିତ ଅନ୍ୟାନ୍ୟ ପଦସ୍ଥ ଅଧିକାରୀ ଙ୍କ ଦ୍ବାରସ୍ଥ ହେବେ ବୋଲି ସେ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.