ଅଟଳ ବିହାରୀ ବାଜପାୟୀଙ୍କ ବିୟୋଗରେ ଶୋକସଭା

0

ପଦ୍ମପୁର/ନୀଳ ଦୀପ – ଭାରତର ପୁର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ଚିକିତ୍ସାଧୀନ  ଅବସ୍ଥାରେ ଗୁରୁବାର ଦିନ ଅପରାହ୍ନରେ ବିୟୋଗ ହୋଇଯାଇଛି  । ଭାରତର ସର୍ବୋଚ୍ଚ ନାଗରୀକ ସମ୍ମାନରେ ସମ୍ମାନୀତ ବାଜପାୟୀଜୀଙ୍କ ବିୟୋଗରେ ପଦ୍ମପୁର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଗଭୀର ଶୋକପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି  । ବିଧାୟକ ନିଜ ବାର୍ତା ମାଧ୍ୟମରେ ବାଜପାୟୀଙ୍କୁ ବଳିଷ୍ଟ ବ୍ୟକ୍ତିତ୍ୱ, ଦେଶ ପ୍ରତି ତାଙ୍କ ସମର୍ପଣଭାବ, ଭାରତୀୟ ଜନତା ପାର୍ଟୀ ସ୍ଥାପନରେ ତାଙ୍କ ଭୁମିକା ଏବଂ ନୁତନ ଭାରତ ନିର୍ମାଣରେ ତାଙ୍କ ଅବଦାନ ସମ୍ପର୍କରେ ସ୍ମୃତି•ରଣ କରିବା ସହିତ ତାଙ୍କ ବିୟୋଗ ଦେଶ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି  । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ  ବିଜେପି ନେତା ଶିରିଶ କୁମାର ବହିଦାର, ସତ୍ୟବାନ ଅଗ୍ରୱାଲ, ପ୍ରତାପ କେଶରୀ ସିଂ ବରିହା, ପ୍ରିତେଶ ବହିଦାର, ସୁନିଲ ଅଗ୍ରୱାଲ, ଅଶୋକ ମିଶ୍ର,  ପ୍ରମୋଦ ମେହେର, କିଶୋର ସାହୁ, ହରି ସିଂ, ଚିନ୍ମୟ ପଣ୍ଡା ପ୍ରମୁଖ ଶୋକପ୍ରକାଶ କରିଛନ୍ତି  ।

Leave A Reply

Your email address will not be published.