ପ୍ରେମୀ ଯୁଗଳଙ୍କ ସନ୍ଦେହ ଜନକ ମୃତ୍ୟୁ.: ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ହେବ ସ୍ପଷ୍ଟ

0
  • ଦୁଇ ସମ୍ପର୍କୀୟ ଭାଇ ଭଉଣୀ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ !

  • ଶବ ଜବତ କରି ତଦନ୍ତ ଆରମ୍ଭ ଜାରି ରଖିଛି ପୋଲିସ

ସଇଁତଲା/ ତରୁଣ କୁମାର ବେହେରା: ଦୁଇ ସମ୍ପର୍କୀୟ ଭାଇ ଭଉଣୀ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିବା ଏବଂ ଏହାକୁ ପରିବାର ଲୋକେ ବିରୋଧ କରିବାରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇ ଥିବା ସୂଚନା ମିଳିଛି | ସଇଁତଳ ଥାନା ଅନ୍ତର୍ଗତ ଡଙ୍ଗରମୁଡ଼ା ଗାଁର ପ୍ରୋଜେଟ ନିକଟ ଛୋଟ ଡୁଙ୍ଗୁରି ଠାରେ ଏକ ପ୍ରେମୀ ଯୁଗଳ ବର ଗଛରେ ଦଉଡି ଲଗାଇ ଆତ୍ମ ହତ୍ୟା କରିଥିବା ସୂଚନା ମିଳିଛି।ସୂଚନା ମୁତାବକ ଡଙ୍ଗର ମୁଡ଼ା ଗ୍ରାମର ରାଧେଶ୍ୟାମ ଭୋଇଙ୍କ ପୁଅ ଚନ୍ଦ୍ର ଭୋଇ ଓ ତୁଷୁରା ଗାଁ ନିକଟସ୍ଥ ନୂଆପଡାର ମିନି କୁଅଁର(ଛଦ୍ମନାମ) ଗତ ରାତିରେ ଡୁଙ୍ଗିରି ନିକଟକୁ ଆସି ଏକ ବର ଗଛରେ ଓଢଣୀ ଲଗେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି | ଆଜି ସକାଳେ ଗାଁର କିଛି ଲୋକ ଜଙ୍ଗଲକୁ ଯିବା ବେଳେ ବର ଗଛରେ ଯୁବକ ଓ ଯୁବତୀଙ୍କ ଶବ ଝୁଲୁଥିବା ଦେଖି ଗାଁ ଲୋକଙ୍କୁ ସୂଚନା ଦେଇଥିଲେ ଫଳରେ ଯୁବକ ଜଣକର ବାପା ଘଟଣା ସ୍ଥଳକୁ ଆସି ଶବ କୁ ନେଇ ସତ୍କାର କରିବା ପାଇଁ ପ୍ରୟାସ କରିଥିଲେ।ହେଲେ ସଇଁତଳ ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଆସିବା ଯୋଗୁଁ ପରିବାର ଲୋକେ ଶବକୁ ଛାଡି ଦୌଡ଼ି ପଳେଇ ଯାଇଥିଲେ ପୋଲିସ ଶବ କୁ ଜବତ କରି ଏକ ଅପମୃତୁ ମାମଲା ରୁଜୁ କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରିରଖିଛି.| ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡିବ ବୋଳି ପୋଲିସ କହିଛି |

Leave A Reply

Your email address will not be published.