ସିମୁଳିଆ (ଅକ୍ଷୟ କୁମାର ଜେନା): ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ରକ୍ତ ର ଘୋର ଅଭାବ କୁ ନେଇ ସପ୍ତାହ ବ୍ୟାପି ରକ୍ତ ଦାନ ଶିବିର ସାରା ରାଜ୍ୟ ରେ ଅନୁଷ୍ଠିତ ହୋଇ ଆସୁଛି। ଖରା ଦିନରେ ରେ ରକ୍ତ ଅଭାବ ଦେଖାଦେଉଥିବା ବେଳେ ଓଡ଼ିଶା ମୋ ପରିବାର ତରଫରୁ କ୍ରମାଗତ ଭାବେ ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇ ବହୁ ଜିବନ ବଞ୍ଚାଇ ବାରେ ସହାୟ ହୋଇ ପାରୁଛି। ଆଜି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକର ମଇତା ପୁର ପଂଚାୟତ ରାମ ବିନ୍ଧା ସ୍କୁଲ୍ ପରିସର ରେ ଓଡ଼ିଶା ମୋ ପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇ ଥିଲା। ଏଥିରେ ଶହେ ପାଞ୍ଚ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ। ସିମୁଳିଆ ଖଇରା ର ବିଧାୟକ ଜ୍ୟୋତି ପ୍ରକାଶ ପାଣଗ୍ରାହୀ ଏବଂ ଓଡ଼ିଶା ର ମୋ ଓଡ଼ିଶା ର ଆବାହକ ତଥା ପୂର୍ବତନ ମୁମ୍ବାଇ କମିଶନର ଅରୂପ ପଟନାୟକ, ଜିଲ୍ଲା ଜିବନ ବିନ୍ଦୁ ସଂଯୋଜକ ଶୁଭେନ୍ଦୁ ମଙ୍ଗରାଜ ଉପସ୍ଥିତ ରହି ରକ୍ତ ଦାତା ଙ୍କ ମନୋବଳ ବଢାଇ ଥିଲେ। ଶ୍ରୀଯୁକ୍ତ ପଟନାୟକ ନିଜ ଅଭିଭାଷଣ ରେ ପ୍ରତେକ ରକ୍ତ ଦାତା ଜଣେ ଜଣେ ରିଏଲ୍ ହିରୋ ବୋଲି ବକ୍ତବ୍ୟ ଦେବା ସହ ଗ୍ରାମାଞ୍ଚଳ ରେ ଏମିତି କାର୍ଯ୍ୟ କ୍ରମ ସତରେ ପ୍ରସଂଶ ନିୟ ବୋଲି କହିଥିଲେ। ବ୍ଲକ୍ ସଂଯୋଜକ ଜୟନ୍ତ ପ୍ରସାଦ ନାୟକ ନିଜ ଅଂଚଳ ରୁ ଶହେ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ କରି ପ୍ରଶଂସା ର ପାତ୍ର ହୋଇଥିବା ବେଳେ। ଯୁବ ସଭାପତି ଗଦାଧର ଜେନା, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଟିମ୍ ଏବଂ ମ ଇ ତା ପୁର ର ବରିଷ୍ଟ ନେତା ପୂର୍ଣ୍ଣ ଚନ୍ଦ୍ର ନାୟକ, ବହୁ ଯୁବ କର୍ମୀ ଉପସ୍ଥିତ ରହି ଏହି ମହାନ୍ କାର୍ଯ୍ୟ ଟିକୁ ସଫଳ ରୂପାୟନ କରିଥିଲେ।
Sign in
Sign in
Recover your password.
A password will be e-mailed to you.