ବ୍ରହ୍ମପୁର ସ୍ଥିତ ସଂସ୍କୃତି ଭବନ ଠାରେ ପଣ୍ଡିତ ରଘୁନାଥ ପାତ୍ର ସମ୍ବର୍ଦ୍ଧିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ସ୍ଥିତ ସଂସ୍କୃତି ଭବନ ଠାରେ ଓଡିଶୀ ନୃତ୍ୟାୟନ ଓ ଗୋପାଳପୁର ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ “ରଜ ମହୋତ୍ସବ” – ୨୦୨୨ ଅବସରରେ ଓଡିଶୀ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ସଂଗୀତ ଗୁରୁ ପଣ୍ଡିତ ରଘୁନାଥ ପାତ୍ର ଓଡିଶୀ ସଂଗୀତ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧିତ ହୋଇଛନ୍ତି।
ଉକ୍ତ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବି ଏମ୍ ସି କମିଶନର ଡ଼. ସିଦ୍ଧେଶ୍ବର ବଳିରାମ ବୋନ୍ଦର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ବ୍ରହ୍ମପୁର ଉପଜିଲ୍ଲାପାଳ କିର୍ତ୍ତି ଭାସନ , ଗୋପାଳପୁର ଟାଟା ଫାଉଣ୍ଡେସନ୍ ର ମୁଖ୍ୟ ରକି ମାର୍ଟିନ୍ , ଅବସରପ୍ରାପ୍ତ ସଂସ୍କୃତି ଅଧିକାରୀ କୃଷ୍ଣଚନ୍ଦ୍ର ନିଶଙ୍କ , ଗୁରୁ ଶିବରାମ ବାରିକ ପ୍ରମୁଖ ମଞ୍ଚାସୀନ ହୋଇ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଶ୍ରୀ ପାତ୍ର ସମ୍ବର୍ଦ୍ଧନାର ଉତ୍ତର ଦେଇ ଅନୁଷ୍ଠାନର ଭୂୟସୀ ପ୍ରଶଂସା କରିବା ସହିତ ବର୍ତ୍ତମାନ ସମୟରେ ଛାତ୍ର ସମାଜ ଓ ଯୁବ ପିଢ଼ି କଳା ଓ ସଂସ୍କୃତି ଦିଗରେ ଅନୁପ୍ରାଣିତ ହେଲେ ଆମ ସଂସ୍କୃତି ଓ ପରମ୍ପରା ବଞ୍ଚିରହିବ ବୋଲି କହିଥିଲେ।
ପଣ୍ଡିତ ଶ୍ରୀ ପାତ୍ରଙ୍କୁ ପାରଳାର ଅଗ୍ରଣୀ ଅନୁଷ୍ଠାନ କ୍ରିଏଟିଭ୍ ଆର୍ଟସ୍ ର ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ , ପୂର୍ବତନ ଗଜପତି ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ସୂର୍ଯ୍ୟ ନାରାୟଣ ପଟ୍ଟନାୟକ , ପ୍ରଫେସର ମୋହନ ପଟ୍ଟନାୟକ , ବରିଷ୍ଠ ସିନେ କଳାକାର ପ୍ରସନ୍ନ ମିଶ୍ରଙ୍କ ସମେତ ଓଡ଼ିଶାର ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.