ଅନ୍ତିମ ମାନ ନିର୍ଦ୍ଧାରଣ ପରୀକ୍ଷା ଦେଲେ ଛାତ୍ର ଛାତ୍ରୀ

0

ନୂଆଗାଁ/ସୁବ୍ରତ ପରିଡ଼ା ଙ୍କ ରିପୋର୍ଟ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ତୃତୀୟ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଅନ୍ତିମ ମାନ ନିର୍ଦ୍ଧାରଣ ପରୀକ୍ଷା ଦେଇଛନ୍ତି । ଦୁଇଦିନ ଧରି ଅନୁଷ୍ଠିତ ଏହି ପରୀକ୍ଷା ରେ ଛାତ୍ର ଛାତ୍ରୀ ଭାଷା,ଗଣିତ, ଏବଂ ଇଂରାଜୀ ପରୀକ୍ଷା ଦେଇଛନ୍ତି ।ଏହି ପରୀକ୍ଷା ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ଦକ୍ଷତା ଆକଳନ କରାଯାଇପାରିବ ବୋଲି ଜଣା ପଡିଛି।ନୂଆଗାଁ ବ୍ଲକ୍ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର , ଜ୍ୟୋତ୍ସ୍ନା ରାଣୀ ସେଠୀ ବିଭିନ୍ନ ବିଦ୍ୟାଳୟ କୁ ଯାଇ ଛାତ୍ର ଛାତ୍ରୀ ମାନେ କିପରି ପରୀକ୍ଷା ଦେଉଛନ୍ତି ତାହା ଦେଖିଥିଲେ।

Leave A Reply

Your email address will not be published.