ପ୍ରତିଟି ଶିଶୁର ହସ ଓ ଚାହାଣି ରେ ପ୍ରଭୁ ଶ୍ରୀ ଜଗନାଥଙ୍କର ଅମୃତ ମୟ ହସ ଓ ଚକା ଡୋଳାର ଚାହାଣି ଭରି ରହିଛି :ରାଜ୍ୟପାଳ

0

କେ.କେ.ଜି.ପି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେଲେ ରାଜ୍ୟପାଳ

ବାସୁଦେବପୁର:ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଚାନ୍ଦିମାଳ କେ. କେ. ଜି. ପି ସରକାରୀ ଉଚ୍ଚ ବିଦ୍ୟାଳର ସୁବର୍ଣ୍ଣ ଜୟନ୍ତୀର ପ୍ରଥମ ଦିନରେ  ସକାଳ ସମୟରେ ଗଣଦୌଡ,ବାଇକ ରାଲି,ବିଦ୍ୟାଳୟ ଆରମ୍ଭ ଠାରୁ  ଆଜି ପର୍ଯ୍ୟନ୍ତ ଅବସର ପ୍ରାପ୍ତ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କୁ ଗୁରୁ ପୂଜା ସହିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ।ଅପରାହ୍ନ ସମୟରେ ଓଡିଶାର ମହା ମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ   ବିଦ୍ୟାଳୟ ପରିସରରେ ଏକ ଗଣେଶ ମନ୍ଦିର ଶୁଭ ଉଦଘାଟନ କରିଥିଲେ। ପ୍ରଦିପ ପ୍ରଜ୍ଜ୍ୱଳନ  ପରେ ରାମଚନ୍ଦ୍ର ପଲେଇଙ୍କ ସଭାପତିତ୍ୱରେ  ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ ରାୟ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପ୍ରଧାନଶିକ୍ଷକ ସନାତନ ବିଶ୍ୱାଳ,ପୂର୍ବତନ ପ୍ରଧାନ ଶିକ୍ଷକ ଉଦୟ ନାଥ ନାୟକ ଯୋଗ ଦେଇ ଥିବା ବେଳେ ଜିଲ୍ଲାପାଳ ତ୍ରିଲୋଚନ ମାଝି,ଜିଲ୍ଲା ଅରକ୍ଷୀ ଅଧକ୍ଷକ ଚରଣ ସଂ ମୀନା,ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ,ଅନ୍ତର୍ଯ୍ୟାମୀ ମହାରଣା,ପୁରାତନ ଛାତ୍ର ସଂସଦର ସହ ସମ୍ପାଦକ ଆଦିତ୍ୟ ଉଦୟ ବିଶ୍ୱାଳ,ରଘୁ ବାରିକ,ଗଙ୍ଗାଧର ବାରିକ,ରଞ୍ଜନ ନାୟକ,ଶଶୀଧର ପଲାଇ,ଉପସଭାପତି ଦିଜରାଜ ବିଶ୍ୱାଳ ପ୍ରମୁଖ ହୋଗୀ ଦେଇଥିଲେ |

ପୁରାତନ ଛାତ୍ର ସଂସଦ ଦ୍ଵାରା ଆୟୋଜିତ ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହରେ  ମହା ମହିମ ରାଜ୍ୟପାଳ ଶ୍ରୀ ଗଣେଶ ଲାଲ  ତାଙ୍କ ଅଭିଭାଷଣରେ ଛାତ୍ର ଛାତ୍ରୀ ମାନଙ୍କୁ ଆଗାମୀ ପୀଢ଼ିର ବାର୍ତ୍ତାବହ ହେବା ପାଇଁ ପରା଼ମର୍ଶ ହେଇ ଥିଲେ। ଜଗନ୍ନାଥ ସଂସ୍କୃତି ସହ ତୁଳନା କରି ପ୍ରତିଟି ଶିଶୁର ହସ ଓ ଚାହାଣିରେ ପ୍ରଭୁ ଶ୍ରୀ ଜଗନାଥଙ୍କର ଅମୃତ ମୟ ହସ ଓ ଚକା ଡୋଳା ର ଚାହାଣି ଭରି ରହିଛି ବୋଲି କହିବାବେଳେ ସଭା ସ୍ଥଳ ତାଳି ମାଡ଼ରେ ଆନନ୍ଦ ଭରିଯାଇଥିଲା l

Leave A Reply

Your email address will not be published.