କେନ୍ଦୁଝର/ସିଦ୍ଧେଶ୍ୱର ସାହୁ: ବିଜେପି ଶାସିତ କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ପରାୟଣ ସ୍ୱରୂପ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ଯ୍ୟାଳୟରେ ପଶି ପୋଲିସର ଅମାନୁଷିକ ଲାଠି ଚାଳନା ଓ ଆକ୍ରମଣ ସହ 144 ଧାରା ଜାରି କରି କାର୍ଯ୍ୟାଳୟକୁ ଅଚଳ କରିବା ର ହୀନ ପ୍ରଚେଷ୍ଟା ଏବଂ ଆମର ପ୍ରିୟ ନେତା ରାହୁଲ ଗାନ୍ଧୀଙ୍କୁ ମିଥ୍ୟା ମକଦ୍ଦମାରେ ବାରମ୍ବାର ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜେରା କରି ସାଧାରଣରେ ନିନ୍ଦିତ କରିବା ର ଚକ୍ରାନ୍ତ ବିରୁଦ୍ଧରେ ଏଆଇସିସି ଆହ୍ୱାନକ୍ରମେ କେନ୍ଦୁଝର ଜ଼ିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ବିପ୍ଳବ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ, ମହିଳା, ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ମୁଖ୍ୟ ଡାକଘର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ l ଏହି ପ୍ରତିବାଦ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିନ୍ଦା କରିବା ସହିତ ଅତ୍ୟାଚାର, ଦମନ କଂଗ୍ରେସ କର୍ମୀମାନଙ୍କର ମନୋବଳ ଭାଙ୍ଗି ପାରିବ ନାହିଁ ବୋଲି ଚେତାବନୀ ଦିଆଗଲା l ବର୍ତମାନ ଭାରତବର୍ଷରେ ବେକାରୀ, ଦରବୃଦ୍ଧି, କୃଷି ସମସ୍ୟା, ଶ୍ରମିକ ସମସ୍ୟା, ଆଇନ ଶୃଙ୍ଖଳା ଅବ୍ୟବସ୍ଥା ଓ ମୁଦ୍ରାସ୍ପିତି ହାରକୁ ନେଇ ଜନସାଧାରଣ ବ୍ୟତିବ୍ୟସ୍ତ ହୋଇପଡିଥିବା ବେଳେ ଏହି ଦୃଷ୍ଟିକୁ ହଟାଇବା ପାଇଁ ନରେନ୍ଦ୍ର ମୋଦି ଏହିପରି ହୀନ ଉଦ୍ୟମକୁ ଜନସାଧାରଣ ବରଦାସ୍ତ କରିବେ ନାହିଁ ଏବଂ ଠିକଣା ସମୟରେ ଜବାବ ଦିଆଯିବ ବୋଲି କଂଗ୍ରେସ ନେତାମାନେ ଦାବି କରିଥିଲେ l ଜିଲ୍ଲା ସଭାପତି ବିପ୍ଳବ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଜ଼ିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସଂଗୀତା ସିଂହ, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଜ଼ିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ଯଦୁମଣି ବାରିକ, ଜ଼ିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ସୁଢଳ କୁମାର ସେଠି, ସଦର ବ୍ଲକ ସଭାପତି ଉତ୍ତମ କୁମାର ସାହୁ, ଘଟଗାଁ ବ୍ଲକ ସଭାପତି ପ୍ରଭାକର ନାୟକ, ପାଟଣା ବ୍ଲକ ସଭାପତି ଶତ୍ରୁଘନ ସିଂହ, ସାହାରପଡା ବ୍ଲକ ସଭାପତି ମୁକୁନ୍ଦ ମହାନ୍ତ, ମିଡ଼ିଆ ସଂଯୋଜକ ଦିଲ୍ଲୀପ କୁମାର ସାହୁ,କଂଗ୍ରେସ ନେତା ରତ୍ନାକର ଜେନା, ଲଳିତ ମୋହନ ନାୟକ, ପୟୋଧର ବେହେରା,ଗୋବିନ୍ଦ ମହାନ୍ତ, କୋଦଣ୍ଡଧର ଜେନା, ଚିତ୍ତରଞ୍ଜନ ରାଉତ, ସୁଶାନ୍ତ କୁମାର ପରିଡା, ପ୍ରବୀଣା ଦଣ୍ଡପାଟ, ମଙ୍ଗୁଳୁ ମହାନ୍ତ, ସିଦ୍ଧେଶ୍ବର ସାହୁ,ଆର୍ତ୍ତତ୍ରାଣ ଦାସ, ବିଶ୍ୱନାଥ ବେଜ, ସୌମ୍ୟ ପଲେଇ, ରାମ ଯାଦବ ଓ ଶ୍ୟାମ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.