ସୋନପୁର ଉପ-ଜିଲ୍ଲାପାଳ ଭାବେ ଯୋଗ ଦେଲେ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର

0

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସଦର ଉପ ଜିଲ୍ଲାପାଳ ଭାବେ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଯୋଗଦାନ କରି ପୂର୍ବତନ ଉପ ଜିଲ୍ଲାପାଳ ନିହାର ରଞ୍ଜନ କଁହର ଙ୍କ ଠାରୁ ଉପଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି l ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ର ବିଜ୍ଞପ୍ତି ସଂଖ୍ୟା ୧୬୩୯୪/ଏସ ସି ଏସ, ଅନୁସାରେ ଡ଼ଃ ମିଶ୍ର ଙ୍କୁ ନିଯୁକ୍ତି ଦିଆଯାଇଛି l ଏହା ପୂର୍ବରୁ ଡ଼ଃ ମିଶ୍ର ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଡେପୁଟି କଲେକ୍ଟର ଭାବରେ କାର୍ଯ୍ୟରତ ଥିଲେ l ସେ ଗତ ତା.୨୪/0୫/୨୧ ରିଖ ରେ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ଯୋଗଦାନ କରି ସନ୍ଥାପନା ବିଭାଗ ସହ ଅତିରିକ୍ତ ଦାୟିତ୍ୱ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଜିଲ୍ଲା କ୍ରୀଡା ଓ ଯୁବସେବା ଅଧିକାରିଣୀ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇଛନ୍ତି l

ଡ଼ଃ ମିଶ୍ର  ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଜିଲ୍ଲପାଳ ସୁବର୍ଣ୍ଣପୁର ଙ୍କ ଦିଶା ନିର୍ଦେଶ ମତେ ଉପଖଣ୍ଡ ର ସମସ୍ତ ଜନକଲ୍ୟାଣ କାର୍ଯ୍ୟକ୍ରମ କୁ ଗୁରୁତ୍ୱ ପ୍ରଦାନ କରିବା ସହିତ 5T ଅନୁପାଳନ ପୂର୍ବକ ବିଭାଗୀୟ ସମସ୍ତ କାର୍ଯ୍ୟକ୍ରମ କୁ ସୁନିଶ୍ଚିତ କରିବା, ଜନ ସାଧାରଣଙ୍କ ଆପତ୍ତି ଅଭିଯୋଗ କୁ ପ୍ରାଧାନ୍ୟ ଦେବା ସହ ଜିଲ୍ଲାର ରାଜସ୍ବ ବୃଦ୍ଧି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l ଯୋଗଦାନ ପରେ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀଙ୍କ ସହ କାର୍ଯ୍ୟାଳୟ ସମ୍ୱନ୍ଧୀୟ ସୌଜନ୍ୟ ଆଲୋଚନା କରି ସମସ୍ତଙ୍କୁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି l

Leave A Reply

Your email address will not be published.