ଜିଲ୍ଲାସ୍ତରୀୟ ରଜ ମହୋତ୍ସବ

0

https://youtu.be/sIDZ0Mnb734

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭଗ ଦ୍ୱାରା ଗୁରୁବାର ଦିନ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନଗର ଭବନ ଠାରେ ଜିଲ୍ଲାସ୍ତରୀୟ ରଜ ମହୋତ୍ସବ ପାଳିତ ହୋଇଯାଇଛି।
ନାରୀ ଓ ଧରତ୍ରୀ ମାତାର ସମାନତା ଆମ ସାମାଜିକ ପରମ୍ପାରକୁ ଦୃଢୀଭୂତ କରିଥାଏ ଏହି ପର୍ବ। ରଜ ପର୍ବ କେବଳ ଉପକୂଳ ଓଡିଶାରେ ସୀମିତ ନ ରହି ସବୁ ଜିଲ୍ଲାବାସୀ ରଜର ମହତ୍ୱ ଅନୁଭବ କରିପରିବେ ଏହି ଉଦ୍ଦେଶ୍ୟ ନେଇ ଜିଲ୍ଲାପ୍ରଶାସନ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା।
ଏହି ଅବସରରେ ଅନାଥଶ୍ରମର ଝିଅମାନଙ୍କ ସହ ବିଭିନ୍ନ ଅନୁଷ୍ଠାନର ଯୁବତୀ ଓ ମହିଳାମାନେ ଦୋଳିରେ ଝୁଲି ରଜ ଉତ୍ସବର ମଜା ନେଇଥିଲେ। କାର୍ଯ୍ୟକ୍ରମରେ ରଜ ପାନ ସହ ବିଭିନ୍ନ ପ୍ରକାରର ପିଠା ପଣା ବିତରଣ କରାଯିବା ସହ ନାଚ ଗୀତରେ ମସଗୁଲ ହୋଇଥିଲେ ଝିଅ ଓ ମହିଳାମାନେ। ଏହି ଅବସରରେ ସ୍ଥାନୀୟ ଭକ୍ତି ସଂଗୀତ ସଂସଦର ଛାତ୍ରୀ ମାନେ ସଂଗୀତ ଗାନ କରିଥିବା ବେଳେ ପଦାମୃତ ନୃତ୍ୟାୟନର ଛାତ୍ରୀ ମାନେ ଓଡିଶୀ ଓ ରଜ ସମ୍ପର୍କିତ ନୃତ୍ୟ ପରିବେଷଣ କରିଥିବା ବେଳେ “ପ୍ରାଉଡ” ଶିଶୁ ଯତ୍ନ ଅନୁଷ୍ଠାନର ଛାତ୍ରୀ ମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ , ସହକାରୀ ଜିଲ୍ଲାପାଳ ଜୁବୁଲି ଚରଣ ବେହେରା ଓ ଏସଡି କିରଣ କୁମାର ମହାନ୍ତି , ପାରଳାଖେମୁଣ୍ଡି ପୌରଅଧ୍ୟକ୍ଷା ନିର୍ମଳା ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହା ସହିତ ବିଭିନ୍ନ ଜିଲ୍ଲା ପ୍ରଶାସନିକ ଅଧିକାରୀ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରୀପାଠୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ୱରାଜ ଶିଶା ସଂଗୀତ ଗୁରୁ ରଘୁନାଥ ପାତ୍ର ପ୍ରମୁଖ ଉପସ୍ଥିତଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ଡ଼. କଲ୍ୟାଣୀ ମିଶ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ନରସିଂହ ଭଜବନ୍ଧୁ , ପ୍ରଦୀପ ରଥ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରେଷ୍ଠ ପ୍ରଦର୍ଶିତ ତଥା କୃତୀତ୍ୱ ହାସଲ କରିଥିବା ରଜପର୍ବରେ ଭାଗନେଇଥିବା ଯୁବତୀ ଓ ମହିଳାମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲ।

Leave A Reply

Your email address will not be published.